News
WhatsApp Image 2023-10-04 at 17.25.00
samparksetu

ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ଦାଦନ ଖଟିବାକୁ ଯାଇ ମାସ ପରେ ଘରକୁ ଆସିବାର ଥିବାବେଳେ ହଠାତ ତାଙ୍କର ମୃତୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

ଘଟଣା ରୁ ପ୍ରକାଶ ଯେ, କନ୍ତାମିଲା ପଂଚାୟତ ଖଜୁରିଆମୁଣ୍ଡାଗ୍ରାମର “ମହି “ନାମକ ବ୍ୟକ୍ତି ନିଜ ସାଙ୍ଗରେ କର୍ଣ୍ଣପୁର ଗ୍ରାମର ମୃତ ପ୍ରହ୍ଲାଦ ସାହୁଙ୍କ କନିଷ୍ଠପୁତ୍ର ପଙ୍କଜ ଲୋଚନ ସାହୁଙ୍କୁ ସାଙ୍ଗରେ ନେଇ ସୁଦୂର ବାଙ୍ଗାଲୋରରେ ଦାଦନ ଖଟିବା ପାଇଁ ଯାଇ ସାଙ୍ଗରେ ନେଇ ଏକ ଘରୋଇ କମ୍ପାନୀ ରେ କାମ କରାଉଥିଲେ । ଦୁହେଁ ଏକାଠି ଗୋଟିଏ ରୁମ ରେ ରହୁଥିଲେ ବୋଲି ନିଜେ ମହି ପ୍ରକାଶ କରିଛନ୍ତି l ଗତକାଲି ଦୁଇ ଜଣ ମିଶି ଏକାଠି ଖାଇବା ପରେ ୧୫ ମିନିଟ ପାଇଁ ବାହାରକୁ ବୁଲି ଯାଇ ଫେରିବା ପରେ କବାଟ ବାଡେଇବାରେ ଆଉ ପଙ୍କଜ କବାଟ ଖୋଲି ନଥିଲେ ବୋଲି ସେ କହିଛନ୍ତି l

ପରେ ସେ ରାତିଯାକ ଅପେକ୍ଷା କରି ସକାଳେ ଘର ମାଲିକକୁ କହିବା ପରେ କବାଟ ଖୋଲା ଯାଇଥିଲା l ସେଠାରେ ତାଙ୍କର ମୃତଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପାଇବାରୁ ତାଙ୍କୁ ସିଜିନ୍ସ ମେଡିକାଲ କରମଣ୍ଡଳରେ ରଖାଯାଇଛି l ଖବର ପାଇ ପୁଅର ମା କସ୍ତୁରୀ ସାହୁ ଉପଜିଲ୍ଲାପାଳଙ୍କୁ ନିବେଦନ କରିବାରୁ ତୁରନ୍ତ ଲେବର ଅଫିସର ଙ୍କୁ ଫୋନ ଜଣାଇବା ପରେ ସେ ବାଙ୍ଗାଲୋର ରୁ କିଭଳି ଶବକୁ ଅଣାଯିବ ଏନେଇ ବ୍ୟବସ୍ଥା କରାଯିବ ବୋଲି ବୁଝାଇବା ପରେ ତାଙ୍କ ମା ଘର କୁ ଫେରିଛନ୍ତି l ଏ ସମ୍ବନ୍ଧ ରେ ହିନ୍ଦୋଳ ଥାନାରେ ଏକ କେସ ମଧ୍ୟ ରୁଜୁ ହୋଇଛି l ପଙ୍କଜଙ୍କ ବଡ ଭାଇ ଗୋପବନ୍ଧୁ ବର୍ତ୍ତମାନ ବାଙ୍ଗାଲୋର ରେ ପହଂଚି ନିଜ ଭାଇର ଶବ ବ୍ୟବଚ୍ଛେଦ କରାଇ ଆସନ୍ତା କାଲି ଆସିବେ ବୋଲି ଜଣାଇଛନ୍ତି

new life
You might also like
error: Content is protected !!