ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଆନୁକୁଲ୍ୟରେ ସ୍ୱଚ୍ଛ।ସେବୀ ଅନୁଷ୍ଠାନ ଶୋଭା ର ସହଯୋଗ ରେ ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ସଂପର୍କିତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିମଳ ପରାମର୍ଶ ଦାତା ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରଦିପ ପ୍ରଜ୍ଜ୍ଵଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଅନ୍ଯ ମାନଙ୍କ ମଧ୍ଯରେ ନେହେରୁ ଯୁବ କେନ୍ଦ୍ର ର ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସ, ଅଧାପକ ବନଜ କୁମାର ରାୟ, ନେହେରୁ ଯୁବ କେନ୍ଦ୍ର ର ଶଶାଙ୍କ ମହାପାତ୍ର ଓ ସ୍ୱଚ୍ଛ।ସେବୀ ଅନୁଷ୍ଠାନ ଶୋଭା ର ନିଦ୍ଦେର୍ଶକ ଉଦୟେନ୍ଦୁ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ସମସ୍ତ ଅତିଥି ମାନେ ବର୍ଷା ଜଳ ସଂରକ୍ଷଣ, ଜଳ ର ସୁବିନିଯୋଗ, ଭୂତଳ ଜଳର ବୃଦ୍ଧି ସଂପର୍କ ରେ ନିଜ ନିଜ ର ବହୁମୂଲ୍ୟ ବକ୍ତବ୍ଯ ପ୍ରଦାନ କରିଥିଲେ । କିପରି ଭାବରେ ଏ ଅଭିଯାନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ତଥା ସାଧାରଣ ଲୋକ ଜଳ ର ଆବଶ୍ୟକତା ବିଷୟରେ ଜାଣିବା ସହ ଏହାର ସୁ ବିନିଯୋଗ କରିବେ ଏବଂ ସର୍ବୋପରି ବର୍ଷା ଜଳର ସଂରକ୍ଷଣ କରିପାରିବେ ସେଥିପ୍ରତି ଆମେ ସମସ୍ତେ ସହଯୋଗ କରିବା ଆବଶ୍ୟକ।
ସୂଚନା ଥାଉ କି ଏହି କାର୍ଯ୍ୟକ୍ରମ ଟି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରେ ସଚେତନତା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ ହେବ ଯେଉଁଥିରେ ଶୋଭା ସମସ୍ତ ସହଯୋଗ କରିବ ବୋଲି ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିଶ୍ର କହିଥିଲେ । କାର୍ଯ୍ୟକ୍ରମ ର ଶେଷରେ ବର୍ଷା ଜଳ ସଂରକ୍ଷଣ ସମ୍ପର୍କିତ ଏକ ଶପଥପାଠ ସହ କିଛି ପୋଷ୍ଟର କୁ ମଧ୍ଯ ଉନ୍ମୋଚନ କରାଯାଇଥିଲା ।
ସର୍ବ ଶେଷରେ ବରିଷ୍ଠ ଆଇନଜୀବୀ ବସନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୋଭା ଅନୁଷ୍ଠାନ ର ଚାଇଲ୍ଡ ଲାଇନ, ସଖି, ମହିଳା ବାଳିକା ସହାୟକ ଗ୍ରାମପଞ୍ଚାୟତ ପ୍ରକଳ୍ପ ର କର୍ମକର୍ତ୍ତା ଓ ନେହେରୁ ଯୁବ କେନ୍ଦ୍ର ର ସମସ୍ତ NYV ମାନେ ଯୋଗଦାନ କରି କାର୍ଯକ୍ରମ କୁ ସଫଳ କରିଥିଲେ ।