News
WhatsApp Image 2023-10-04 at 17.25.00
samparksetu

ନ୍ୟାୟ ପାଇଁ ପରିବାର ସହ ଏସ୍‌ପିଙ୍କ ଦ୍ୱାରସ୍ଥ

 ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ନିକଟକୁ ନ୍ୟାୟ ପାଇଁ ପରିବାର ସହିତ ଏକ ଲିଖିତ ଅଭିଯୋଗ କରି ହାଜର ହୋଇଛନ୍ତି । 
ପ୍ରକାଶ ଯେ, ରଶ୍ମିତା ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମର ରଘୁନାଥ ଦାସ ଙ୍କୁ ବିବାହ କରିଥିଲେ । ଗତ ତା.୧୧.୧୨.୨୦୨୩ରିଖରେ ଶାଶୁ ଦୁଃଖିନୀ ନାୟକ, ଦିଅର ଗୋପିନାଥ ନାୟକ, ସାନ ଜାଆ ରଞ୍ଜିତା ବେହେରା ଏମାନେ ସମସ୍ତେ ମିଶି ରଶ୍ମିତାଙ୍କୁ ମାଡପିଟ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ସେ ତାଙ୍କ ଠାରୁ ଜୀବନ ବଂଚାଇ ବାପ ଘରକୁ ପଳାଇ ଆସିଥିଲେ । 

ଏ ସଂପର୍କରେ ସଦର ଥାନା ଅଧିକାରୀଙ୍କୁ ଏକ ଏତଲା ଲେଖି ଆପତି କରିଥିଲେ ମଧ୍ୟ ଅଦ୍ୟାବଧି ବିଚାର କିମ୍ବା ପଦକ୍ଷେପ ନେଇ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଦୁଃଖ ଓ ପରିତାପର ବିଷୟ ବିବାହ ସମୟରେ ଯୌତୁକ ବାବଦକୁ ପଲଙ୍କ, ଖଟ, ଆଲମିରା, ୱାସିଙ୍ଗ୍ ମେସିନ୍‌, ଗଡରେଜ୍‌, ଫ୍ରିଜ୍‌,ଡ୍ରେସିଙ୍ଗ୍ ଟେବୁଲ୍‌, ଆଲଣା, ସୁନା ଓ ରୂପା ଜିନିଷ, ହାର, ଚେନ୍‌, କାନଫୁଲ, ମୁଦି ୨ଟା ନେଇଥିଲେ । 
କିନ୍ତୁ ତାଙ୍କୁ ମାଡପିଟ୍ କରି ଘରୁ ତଡିଦେବା ପରେ ସେ କେଶ୍ କରି ପୋଲିସ୍ ସହାୟତାରେ ଯୌତୁକ ଜିନଷ କିଛିଫେରି ପାଇଲେ, ବାକି ମୁଦି ଓ ୧୦ ହଜାର ଟଙ୍କା ବାକି ରହିଲା । ତତ୍‌କାଳୀନ ଥାନା ଅଧିକାରୀ ବିଶ୍ୱାଳ ବାବୁ କହିଲେ କି, ଆଉ ଦୁଇଦିନ ମଧ୍ୟରେ ତୁମର ଏହି ଜିନିଷ ନେଇଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ ପାଇଲେ ନାହିଁ l କିଛି ଦିନ ପରେ ରଶ୍ମିତାଙ୍କୁ ଫୋନ୍ କରି (ମୋବାଇ ନଂ-୭୬୮୧୦୨୨୫୬୩) ଡକାଇ ତାଙ୍କ ଠାରୁଦସ୍ତଖତ ନେଇ କହିଲେ କି, ତୁମ ଶାଶୁ ଘର ଲୋକଙ୍କୁ ଆରେଷ୍ଟ କରିବୁ । ପ୍ରକାଶ ଥାଉକି, ରଶ୍ମିତାଙ୍କ ସ୍ୱାମୀ ରଘୁନାଥ ନାୟକ ଇତି ମଧ୍ୟରେ ଦ୍ୱିତୀୟ ବିବାହ କରିଥିବାବେଳେ ରଶ୍ମିତାଙ୍କ ୩ମାସର ଝିଅକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ନ୍ୟାୟ ପ୍ରଦାନ କରି ଶ୍ୱଶୁର ଘର ଲୋକଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି ।

new life
You might also like
error: Content is protected !!