ଢେଙ୍କାନାଳ ମ୍ୟୁନିସିପାଲିଟିର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମା ଚରଣପୁର, ଆନନ୍ଦ ନଗର ଓ କାଠଗଡ଼ା ଅଞ୍ଚଳରେ ତା.୦୫.୦୫.୨୦୨୨ ରିଖ ଅପରାହ୍ଣ ୦୩ ଘଟିକା ସମୟରୁ ନିରବଛିନ୍ନ ଭାବରେ ପ୍ରବଳ ଝଡ଼, ବର୍ଷା,କୁଆ ପଥର ମାଡ଼ ଓ ଦ୍ରୁତବେଗରେ ପବନ ବୋହିବା ଯୋଗୁଁ, ଟ୍ରାନ୍ସଫର୍ମମରରେ ତ୍ରୁଟି,ସ୍ଥାନେ ସ୍ଥାନେ ବିଦ୍ୟୁତ ତାର ଛିଣ୍ଡି ବିପଦ ସଂକୁଳ ଅବସ୍ଥା ଯୋଗୁଁ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ।
ଫଳରେ ହାଇସ୍କୁଲ ଓ କଲେଜର ବିଭିନ୍ନ ବିଷୟର ବାର୍ଷିକ ପରୀକ୍ଷା ଚାଲୁଥିବା ସମୟରେ ପ୍ରାୟ ତିନି ହଜାର ଲୋକଙ୍କର ପରିବାରର ସଦସ୍ୟମାନେ ଜଳାଭାବ, ରୋଷେଇ,ପ୍ରବଳ ଗରମ, ରାତିରେ ଅଲୋକର ଅଭାବ ଯୋଗୁଁ ପାଠ ପଢ଼ା ଓ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅସୁବିଧା ଭଳି ବିଦ୍ୟୁତ ସଙ୍କଟ ଜନିତ ଘୋର ଅସୁବିଧାସବୁର ସମ୍ମୁଖୀନ ହେଉଛନ୍ତି।
ବିଦ୍ୟୁତ ବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ଯାହା ଫଳରେ ସ୍ଥାନୀୟ ଅସନ୍ତୋଷ ଦେଖା ଦେଇଛି ।