News
WhatsApp Image 2023-10-04 at 17.25.00
samparksetu

ନାଳରେ ବୁଡି ଯୁବକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ କଲଦା ଗ୍ରାମର ହାଡିବନ୍ଧୁ ଦେହୁରୀ ଙ୍କ ନାଳରେ ବୁଡି ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ , ମଙ୍ଗଳବାର ପୂର୍ବାହ୍ନ ରେ କଲଦା ନାଳରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ । ତାଙ୍କର ଘଟଣା ସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା ।କଲେଜ ଛାତ୍ରଛାତ୍ରୀ ଙ୍କ ନଜର ପଡିବାରେ ଲୋକ ଙ୍କୁ ଜଣାଇଥିଲେ, ଏ ଖବର ପାଇ ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକା ସାହୁ କଙ୍କଡ଼ାହାଡ଼ ଅଗ୍ନିଶମ ବିଭାଗ କୁ ଖବର ଦେବାସହ ସମସ୍ତ ପ୍ରକାର ର ସହଯୋଗ କରି ଶବ ବ୍ୟବଛଦ ପାଇଁ ବ୍ୟବସ୍ଥା କରିଥିଲେ ।

ଘଟଣା ସ୍ଥଳରେ କଙ୍କଡ଼ାହାଡ଼ ଥାନା ଅଧିକାରୀଣି କଳ୍ପନା ବେହେରା ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ ।ମୃତକ ଙ୍କ ଘର କଣ୍ଟାପାଳ କଲୋନୀ, ତାଙ୍କର ମାଆ ବାପା ନାହାନ୍ତି ଏବଂ ସେ ଅଭିବାହିତ ଥିଲେ । କଲଦା ଗ୍ରାମ ରେ ତାଙ୍କର ପିଉସା ଚେମୁଟୁ ଦେହୁରୀ ଘରେ ଆଜକୁ ଆଠ ଦଶ ବର୍ଷ ହେଲା ସେ ରହି ଆସୁଥିଲେ ବୋଲି ସ୍ଥାନୀୟ ସରପଞ୍ଚ ରାଜକିଶୋର ସାହୁ ସୂଚନା ଦେଇଥିଲେ।

new life
You might also like
error: Content is protected !!