News
WhatsApp Image 2023-10-04 at 17.25.00
samparksetu

ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୀତି ନୀତି ଅନୁଯାୟୀ ପ୍ରଥମେ ବ୍ରାହ୍ମଣୀ ନଦୀ କୂଳରେ ସାଧବ ପୁଅ ମାନଙ୍କୁ ସାଧବାଣୀ ମାନେ ବନ୍ଦାପନା କରିଥିଲେ। ଏବଂ ସାଧବ ପୁଅ ମାନେ ବୋଇତ ରେ ବିଦେଶ କୁ ଯାତ୍ରା କରିଥିଲେ।

ତା’ ପରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁକୂଳ ସାହୁ, ମୁଖ୍ୟ ବକ୍ତା ଡାକ୍ତର ନିହାର ରଞ୍ଜନ ସିଂହ, ସମ୍ମାନୀୟ ଅତିଥି କୃଷ୍ଣ ଚନ୍ଦ୍ର ନାଏକ, ମିଲୁ ଚରଣ ଦେହୁରୀ, ରବି ନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ପ୍ରଥମରେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କଇଥିଲେ।

ତା’ ପରେ ବୋଇତ ବନ୍ଦାଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ସମସ୍ତ ଅତିଥି ମାନେ। ପୂର୍ବରୁ ହୋଇଥିବା ବକ୍ତା, ରଚନା, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜନ କରିଥିବା କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ବୋଇତ ବନ୍ଦାଣ ଉତ୍ସବ ପୁରସ୍କୃତ କରାଯାଇଥିଲା।

new life
You might also like
error: Content is protected !!