News
WhatsApp Image 2023-10-04 at 17.25.00
samparksetu

ଘର ଉପରକୁ ବୋମାମାଡ଼

ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଖମାର ସାହିରେ ବୋମାମାଡ଼। ସାହିର ସୁଶାନ୍ତ କୁମାର ସାହୁଙ୍କ ଘରକୁ ବୋମାମାଡ କରାଯାଇଥିବା ସୂଚନା ।ବୋମାମାଡ଼ରେ ସୁଶାନ୍ତ ଙ୍କ ଘର ଗେଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଦୁଇଜଣ ଯୁବକ ବୋମାମାଡ କରି ଫେରାର ହୋଇଯାଇଥାବା ସିସିଟିଭିରୁ ଦେଖାଯାଇଛି ।

ସୂଚନା ଅନୁଯାୟୀ , ଦୁଇଜଣ ଏକ ବାଇକ ଯୋଗେ ଆସି ଜଣେ ହାତରେ ଗୋଟିଏ ବୋମା ଧରି ଫିଙ୍ଗିଥିଲେ । ଜାଗା ବେପାରକୁ ନେଇ କିଛି ସମୟ ପୂର୍ବରୁ ସୁଶାନ୍ତଙ୍କୁ ଫୋନରେ କେହି ଜଣେ ଧମକ ଦେଇଥିଲେ । ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!