News
WhatsApp Image 2023-10-04 at 17.25.00
samparksetu

ଷଣ୍ଢ ଆକ୍ରମଣରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ

ଖମାର ସାହି ନିକଟରେ ଷଣ୍ଢ ଆକ୍ରମଣରେ ଜଣେ ଟ୍ରଲି ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଖମାର ସାହିର ଗଗନ ନାଏକ ବୋଲି ଜଣାଯାଇଛି ।

ସୂଚନା ଅନୁଯାୟୀ , ଗଗନ ଟ୍ରଲି ଚଳାଇ ପରିବାର ଚଳାଇଥାନ୍ତି । ଗତକାଲି କାମ ସାରି ରାତି ପ୍ରାୟ ୯ଟା ବେଳେ ଘରକୁ ଫେରୁଥିଲେ । ରାସ୍ତାରେ ଷଣ୍ଢ ଆକ୍ରମଣ କରିଥିଲା । ତାଙ୍କୁ ସ୍ଥାନୀୟ ଦୋକାନୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ ।

ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୋଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛି । ଷଣ୍ଢ ଆକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

new life
You might also like
error: Content is protected !!