News
WhatsApp Image 2023-10-04 at 17.25.00
samparksetu

ବନ୍ଦ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର , ବୋହୂ ଫେରାର

ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ବନ୍ଦ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିବାରିକ କଳହକୁ ନେଇ ତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।ମୃତକ ଉକ୍ତ ଗ୍ରାମର ନରହରି ପ୍ରଧାନ (୬୦) ବୋଲି ଜଣାଯାଇଛି ।

ସୂଚନା ଅନୁଯାୟୀ , ନରହରି ପ୍ରଧାନଙ୍କର ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କ ବୋହୂ ଝଗଡା ହୋଇଥିଲା ।ଏହା ପରେ ସେ ସବୁଦିନ ପରି ଶୋଇବାକୁ ଯାଇଥିଲେ । ଶନିବାର ସକାଳେ ନରହରିଙ୍କ ବଡ଼ଭାଇ ସାନଭାଇ ବୋହୂକୁ ତାର ଛୋଟ ଝିଅକୁ ଧରି ଘରେ ତାଲା ପକାଇ ତରବର ହୋଇ ବାହାରି ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘର କବାଟ ଫାଙ୍କରେ ଦେଖୁବାରୁ ତାଙ୍କ ସାନଭାଇ ଘୋଡାଇ ହୋଇ ଶୋଇଥିବାର ଦେଖିବାକୁ ମିଳିଥିଲା । ଏବଂ ତାଙ୍କ ନିକଟରେ ରକ୍ତ ପଡ଼ିଥିବାର ଦେଖିବାକୁ ପାଇଥିଲେ । ପରେ ସେ ପୋଲିସ ରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘର କବାଟ ଭାଙ୍ଗି ଘରେ ନରହରିଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଦେହର ବିଭିନ୍ନ ସ୍ଥାନରେ ମଧ୍ୟ ଆଘାତ ଚିହ୍ନ ଥିଲା । ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ନରହରିଙ୍କ ଏକମାତ୍ର ପୁଅ ଦେବ ପ୍ରଧାନ ଚାରିମାସ ହେଲା ରୋଜଗାର ପାଇଁ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଓ ସାନ ଝିଅ ଥିଲେ । ବୃଦ୍ଧଙ୍କ ଶବ ପଡିଥିବା ବେଳେ ବୋହୂ ଝିଅକୁ ଧରି ଫେରାର ହୋଇଯିବାରୁ ସନ୍ଦେହ ସୃଷ୍ଟି କରିଛି ।

new life
You might also like
error: Content is protected !!