News
WhatsApp Image 2023-10-04 at 17.25.00
samparksetu

ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ !

ଆଜି ଢେଙ୍କାନାଳ ସହର କୋରିଆଁ ଲେବୁଲ କ୍ରସିଂ ପାଖରେ ଏକ ଦୁର୍ଘଟଣା ଘଟିଯାଇଛି । ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ କାନ୍ଧପାଳ ଗ୍ରାମର ଇନ୍ଦ୍ରମଣି ପ୍ରଧାନ ପ୍ରତ୍ୟେକ ଦିନ ସହରକୁ କାମ କରିବାପାଇଁ ଆସନ୍ତି , ଆଜି କାମ ସାରି ଫେରିଲା ବେଳକୁ କୋରିଆଁ ସ୍ଥିତ ଟ୍ରେନ ଲାଇନ ରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଫଳରେ ଇନ୍ଦ୍ରମଣିଙ୍କର ଦୁଇ ଗୋଡ଼ କଟି ଯାଇଥିଲା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ନିଆଯାଇଥିଲା , କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ସୂଚନା ମିଳିଛି । ପୋଲିସ ପହଁଚି ଏହା ଦୁର୍ଘଟଣା କିମ୍ବା ଆତ୍ମ ହତ୍ୟା ତାର ତଦନ୍ତ ଚଳାଇଛି ।

new life
You might also like
error: Content is protected !!