News
WhatsApp Image 2023-10-04 at 17.25.00
samparksetu

ସ୍ୱାମୀ ଚାଲିଯିବା ପରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନ୍ତିଓ ପୁଟସାହି ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ନର୍ମଦା ସାହୁ ଙ୍କ ସ୍ୱାମୀ ଗତ ୬ ମାସ ହେଲା ଆରପାରିକୁ ଚାଲିଗଲେଣି l ସରକାରୀ ଯୋଜନା ହରିଶ୍ଚନ୍ଦ୍ର ହିସାବରେ ସହାୟତା ମିଳିବା ଉଚିତ l ମାତ୍ର ଏ ଯାଏଁ ନର୍ମଦା ଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅନ୍ତର୍ଭୁକ୍ତ କରାଯାଇନାହିଁ ।

ନର୍ମଦାଙ୍କ ସ୍ୱାମୀ ଧୋବେଇ ସାହୁ ଜଣେ ଦିନ ମଜୁରିଆ ଥିଲେ l ତିନୋଟି ଝିଅ ବିବାହ କରିଛନ୍ତି ଏବଂ ଗୋଟିଏ ପୁଅ ଯେ କି ବାହାରେ ଦାଦନ ଖଟୁଥିବା ବେଳେ ବର୍ତ୍ତମାନ କରୋନା ହେତୁ ଗାଁ ରେ ମୁଲ କରି କିଛି ରୋଜଗାର କରୁଛି l

ଏହି ପରିବାର କୁ ଏ ଯାଏଁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳି ପାରିଲା ନାହିଁ । ଏବେ ନର୍ମଦା କେତୋଟି ଛେଳି ଚରାଇବା ସହିତ ନିଜ ଜୀବନ ଅତିବାହିତ କରୁଛନ୍ତି l ନର୍ମଦାଙ୍କୁ ବିଧବା ଭତ୍ତା ତୁରନ୍ତ ପ୍ରଦାନ ସହିତ ଆବାସ ଖଣ୍ଡିଏ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି l

new life
You might also like
error: Content is protected !!