News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ କମ୍ପାନୀ ର ମନମାନି ପାଇଁ ଅନ୍ଧାରରେ ଜୁଆଳିବନ୍ଧ ଓ କୁଙ୍ଗର ଗ୍ରାମବାସୀ

ଟାଟା ପାୱାରର ଦାଦାଗିରି ପାଇଁ ହନ୍ତସନ୍ତ ଦୁଇ ଗ୍ରାମବାସୀ । ଶନିବାର ଦିନ ବିଜୁଳୀ ବଜ୍ରାଘାତ ରେ ଟ୍ରାନ୍ସଫର୍ମର ପୋଡିଯିବାରୁ ଅନ୍ଧାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଦିର୍ଘ ୬ ଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମରେ ଲାଗି ପାରୁନି ଟ୍ରାନ୍ସଫର୍ମର ।

ଯାହା ଫଳରେ ଗ୍ରାମବାସୀ ମାନେ ବରପଦା ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କଲେ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜୁଆଳିବନ୍ଧ ର କୁଙ୍ଗର ସାହିରେ ବଜ୍ରପାତ ଘଟି ଟ୍ରାନ୍ସଫରମର ଟି ପୋଡ଼ି ଯାଇଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମାନେ ଠକିବାରେ ବ୍ୟସ୍ତ। ପ୍ରଥମତଃ ବର୍ଷା ଦିନ ଅନ୍ଧାରରେ ବିଭିନ୍ନ ପ୍ରକାରର ସରିସୃପ ଭୟ ସାଙ୍ଗକୁ ଜଙ୍ଗଲ ମଧ୍ୟ ରହିଛି ଯେଉଁଠି ହାତୀ ଅନେକ ସମୟ ରେ ଗ୍ରାମକୁ ମାଡ଼ି ଆସୁଛି । ଏବଂ ଘର ବାଡ଼ିରେ ମଧ୍ୟ ପହଞ୍ଚି ଯାଉଛି ।

ଛାତ୍ରଛାତ୍ରୀ ମାନେ ପାଠପଢ଼ା ରୁ ବ୍ୟାହତ ହେଉଛନ୍ତି , ବିଦ୍ୟୁତ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ । ଗ୍ରାମବାସୀ ସନ୍ଧ୍ୟା ହେଲେ ରାସ୍ତା ଅନ୍ଧାରରେ ବାହାରି ପାରୁନାହାଁନ୍ତି । ଲିଖିତ ଅଭିଯୋଗ ପରେ ମଧ୍ୟ ହୋଇପାରିନି ସମାଧାନ । ତୁରନ୍ତ ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ର ହେବାସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

new life
You might also like
error: Content is protected !!