News
WhatsApp Image 2023-10-04 at 17.25.00
samparksetu

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ରେ ଜଣେ ମୃତ

ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଉତ୍ତର ମଧୁବନ ଅଞ୍ଚଳରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଉତ୍ତର ମଧୁବନରେ ରହୁଥିବା ବିଶ୍ୱଜିତ ରାଉତରାୟଙ୍କ ଘରେ କାଶୀରାମ ରଥଙ୍କ ପୁଅ ଶମ୍ଭୁନାଥ ରଥ(୫୫) ଭଡା ନେଇ ରହୁଥିଲେ ।

ଆଜି ସନ୍ଧ୍ୟା ସମୟରେ ସେ ଘର ବନ୍ଦ କରି ନିଜ ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ ହୋଇ ସିଲିଣ୍ଡର ଟି ହଠାତ୍ ବିସ୍ଫାରଣ ଘଟିଥିଲା । ସେଠାରେ ଥିବା ଦୁଇଟି ଯାକ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ବେଳେ ସେହି ନିଅଁ।ରେ ସେ ପୋଡିହୋଇ ମୃତ୍ୟୁ ବରଣ
କରିଥିବାର ଜଣାପଡିଛି । ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ଜଣାପଡିଛି ।

new life
You might also like
error: Content is protected !!