ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କୁରୁଣ୍ଟି ଠାରେ ଅବସ୍ଥିତ ବିଆରଜି କାରଖାନାକୁ ରିମଝିମ କାରଖାନା ପରିଚାଳନା ଦାୟୀତ୍ୱ ନେବା ପରେ ସମସ୍ତ ଜମିହରା ପ୍ରଜା ଏବଂ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ
ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଓଡାପଡା ବ୍ଲକ କୁରୁଣ୍ଟି ଠାରେ ୨୦୦୩ ମସିହାରେ ବିଆରଜି ଆଇରନ ଆଣ୍ଡ ଷ୍ଟଲି ପ୍ରାଇଭେଟ ଲିମିଟେଡ ସ୍ଥାପନ ହେବା ସହତି ୨୦୦୫ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ସମୟରେ ଗ୍ରାମବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ଆଧାରରେ ଜମିହରା ପ୍ରଜାମାନେ ନିଯୁକ୍ତି ପାଇବା ସହତି ୨୦୨୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟକରି ଆସୁଥିଲେ ।
ଏହି କାରଖାନା କ୍ଷତିରେ ଚାଲୁଥିବା ଦର୍ଶାଇ ରିମଝିମ ନାମକ ଏକ
କାରଖାନା ଏହାର ପରିଚାଳନା ଦାୟୀତ୍ୱ ହସ୍ତାନ୍ତର ହୋଇଛି । ଜମିହରା ପ୍ରଜାମାନେ ଦରମା ସହିତ ଅନ୍ୟାନ୍ୟ ବକେୟା ପ୍ରଦାନ କରିବାକୁ ଦାବି କରିଥିଲେ । ଇତି ମଧ୍ୟରେ ରିମଝିମ କାରଖାନା ସମସ୍ତ ପ୍ରକାର କାର୍ଯ୍ୟ ଶେଷ କରିବା ସହତି ନିକଟରେ ଉତ୍ପାଦନ କରିବାକୁ ଯାଉଛି ।ଏହି ପରିପ୍ରେକ୍ଷିରେ ସମସ୍ତ ଜମିହରା ପ୍ରଜାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରି ପ୍ରଜାମାନେ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଏପ୍ରଲି ୧୮ ତାରିଖରେ ପ୍ରଜାମାନଙ୍କ ସହତି ବିଆରଜି କାରଖାନା ଏକ ଏମଓୟୁ
ସ୍ୱାକ୍ଷର କରିଥିବାର ଜଣାପଡିଛି । ଜମିହରା ପ୍ରଜା ମାନଙ୍କୁ ରିମଝିମ କାରଖାନାରେ ତୁରନ୍ତ ନିଯୁକ୍ତି ପ୍ରଦାନ ସହିତ ସମସ୍ତ ବକେୟା ଦେୟ ପ୍ରଦାନ କରିବାକୁ ଦାବି ହୋଇଛି ।