ଦୀର୍ଘ ସମୟ ଅବସାନ ପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଲାଉଲଇ ସେବା ସମବାୟ ସମିତିଠାରେ ଶକ୍ତି ରଘୁ ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ଖଙ୍କିରା ତରଫରୁ ଧାନ ମଣ୍ଡିର ସୁଭାରମ୍ଭ କରାଯାଇଛି।
ଏଥିରେ ଗଁଦିଆ ବିଡିଓ ଆଶିଷ ରଂଜନ ସାହୁ, ସହକାରୀ ଯୋଗାଣ ନିର୍ବାହୀ ଅଧିକାରୀ ବିଶ୍ଵଭୂଷଣ କର, ଲାଉଲଇବସମିତି ସଭ୍ୟ
ଟଙ୍କଧର ବାରିକ, ସମାଜ ସେବୀ ନୃସିଂହ ଚରଣ ଧୀର, ରଘୁନାଥ ଜୀଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ରୋଜାଲିନ ପଟ୍ଟନାୟକ ଓ ସଂପାଦକ ଅମାଲିସା ବଳ ସାମନ୍ତ, ସମବାୟ ସମିତିର କର୍ମକର୍ତ୍ତା ଯୋଗଦାନ କରିଥିଲେ।
ଆଜି ୩୨ ଜଣ ଚାଷୀଙ୍କର ୧୦୦୦ କୁଇଣ୍ଟାଲ ଧାନ ଉଠିଥିଲା। ମୋଟ ୬୯୧ଜଣ ଚାଷୀ ଧାନ ଦେବାପାଇଁ ପଞ୍ଜିକୃତ କରିଥିବା ବେଳେ ଅଧିକାଂଶ ଚାଷୀଙ୍କର ମେସେଜ ଆସିନାହିଁ। କେବେ ସେମାନଙ୍କର ଧାନ ଉଠିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।