News
WhatsApp Image 2023-10-04 at 17.25.00
samparksetu

ଶାନ୍ତି ଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ସହର ସ୍ଥିତ ପୁରୁଣା ଜିଲ୍ଲା ପରିଷଦ କକ୍ଷରେ ଅତିରିକ୍ତି ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଶାନ୍ତି ଶୃଙ୍ଖଳାର ସହତି ଗଜଲକ୍ଷ୍ମୀ ପୂଜା । ପାଇଁ ଏକଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଥିବା ଭେଦଭାବକୁ ଭୁଲି ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ଆସନ୍ତା ମାସ ୧୭ତାରିଖରୁ ଆରମ୍ଭ ହେବାକୁ ଥିବା ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଅଧିକ ସରସ ସୁନ୍ଦର ଭାବେ ଆୟୋଜନ କରି ଢେଙ୍କାନାଳର ସ୍ୱତନ୍ତ୍ର ଗଜଲକ୍ଷ୍ମୀ ପୂଜାକୁ ଗୌରବମୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନ ସମାଗମକୁ ଦେଖି ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ଓ ଜନ ସାଧାରଣଙ୍କର ନିରାପତ୍ତା କୁ ଦୃଷ୍ଟିରଏ ରଖି ବିହିତ ବ୍ୟବସ୍ଥା କରାଯାଉଛି ବୋଲି ଅତିରିକ୍ତି ଏସପି କହିଛନ୍ତି । ଲକ୍ଷ୍ମୀପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ସହିତ ପ୍ରତେକ ପୂଜା ପ୍ରତିଷ୍ଠାନ ଏବଂ ବ୍ୟବସାୟ ସଂସ୍ଥା ସ୍ୱଛତା ଉପରେ ଅଧିକ ଗୁରୁତ୍ବ ଦେଇ ଉଦାହରଣା ସୃଷ୍ଟି କରିବାକୁ ମିଳିତ ବଜାର ପୂଜା କମିଟିର ସଭାପତି ରାମଚନ୍ଦ୍ର ପାତ୍ର ପରାମର୍ଶ ଦେଇଛନ୍ତି ।

ଏଥି ନିମନ୍ତେ ସର୍ବାଧିକ ସ୍ୱଚ୍ଛତା ପାଳନ କରିଥିବା ପୂଜା ପ୍ରତିଷ୍ଠାନ ମନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ପୂଜା ପ୍ରତିଷ୍ଠାନ ମଧ୍ୟରେ କୌଣସି ପ୍ରକାରର ବିବାଦ ଘଟିଲେ ଯଥାଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ପୂଜା ଅବସରରେ ଗାଡି ପାର୍କିଂ ପାଇଁ କୈାଣସି ବ୍ୟକ୍ତିଙ୍କୁ ବାଧ୍ୟ ନକରିବା ସହତି ପାର୍କିଂ ପାଇଁ ୨ ଚକିଆ ଗାଡି ପାଇଁ ୨୦
ଟଙ୍କା,ଅଟୋ ପାଇଁ ୩୦ଟଙ୍କା,କାର ଆଦି ପାଇଁ ୫୦ଟଙ୍କାଦେୟ ଧାର୍ଯ୍ୟ କରାଯାଇଛି ।ଧାର୍ଯ୍ୟ ଦେୟ ଠାରୁ ଅଧିକ କେହି ଆଦାୟ ନକରିବାକୁ କୁହାଯାଇଛି । କୌଣସି ପୂଜ ପ୍ରତିଷ୍ଠାନ ମଧ୍ୟରେ ସୀମା ବିବାଦ ସୃଷ୍ଟିହେଲେ ତୁରନ୍ତ ସୀମାବିବାଦ ସମାଧାନ କରିବାକୁ କହିଛନ୍ତି । ପୂଜା ସମୟରେ ସହର ମଧ୍ୟରେ ବସ ଚଳାଚଳ କଟକଣା,ଜାତୀୟ ରାଜପଥରେ ଟ୍ରକ , ଟ୍ରଲର ଆଦି ଚଳାଚଳ ରୋକ, ସହରର ରାସ୍ତା ମରାମଟି ବିଦ୍ୟୁ ତ ସଂଯୋଗ ବ୍ୟବସ୍ଥା, ପୂଜା ପ୍ରତିଷ୍ଠାନ ଦ୍ୱାରା ଗାଡି ପାର୍କିଂ ସ୍ଥାନ, ଦୋକାନ ବଜାର ଖୋଲିବା ପାଇଁ ସ୍ଥାନ ନିର୍ଦ୍ଧାରଣ, ଷ୍ଟିଟ୍ର ଲାଇଟର ବ୍ୟବସ୍ଥା, ସମ୍ପର୍କରେ ଆଲୋଚନା ହୋଇଥିଲା ।

new life
You might also like
error: Content is protected !!