News
WhatsApp Image 2023-10-04 at 17.25.00
samparksetu

୨୭ଟି ସମସ୍ୟାର ସମାଧାନ ଦାବି ;ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ ଏଜେଣ୍ଟ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏଲଆଇସି ଏଜେଣ୍ଟ ଫେଡେରେସନ ତରଫରୁ ଜିଲ୍ଲା ଶାଖା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଜିଲ୍ଲାରେ କାର୍ଯ୍ୟରତ ଏଲଆଇସି ଏଜେଣ୍ଟ ଏବଂ ଦେଶରେ ଥିବା ଏଜେଣ୍ଟ ମାନଙ୍କ ଦ୍ଵାରା ଦେଶର କୋଟି କୋଟି ବୀମା ଧାରୀଙ୍କ ପଲିସି କରିବା ସହତି ଦେଶର ଅର୍ଥନୈତିକ ଏବଂ ଆର୍ଥକି ସ୍ଥିତିକୁ ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି ।

ଏଲଆଇସି ବହୁ ବେକାର ଯୁବକ ଯୁବତୀଙ୍କୁ ଏକ ବୃତ୍ତି ପ୍ରଦାନ କରିଥିବା ବେଳେ ଏଲଆଇସି ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ପଲିସି ଧାରୀ ଏବଂ ଏଜେଣ୍ଟ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ବର୍ତ୍ତମାନ ଆଇଆରଡିଏ ଆଇ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ଏଲଆଇସି ବୀମାକୁ ସମ୍ପୁର୍ଣ୍ଣ ଭାବରେ ପ୍ରଭାବିତ କରିବାକୁ ଯାଉଛି ।

ଏଣୁ ଜିଲ୍ଲା ସଙ୍ଘର ସଭାପତି,ସମ୍ପାଦକ ,ଅନ୍ୟ କର୍ମକର୍ତ୍ତା ମାନେ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ମଧ୍ୟରେ ବୋନସ ବୃଦ୍ଧି,ବୀମାଋଣ ସୁଧହାର ହ୍ରାସ,ଗ୍ରାହକଙ୍କୁ ଉତ୍ତମ ସେବା,ଯେଉଁ ବୀମାର କୌଣସି ଉତ୍ତରାଧିକାରୀ ନାହାଁନ୍ତି ତାହା ଗ୍ରାହକ ମାନଙ୍କର କଲ୍ୟାଣରେ ବିନିଯୋଗ, ୫ବର୍ଷ ମଧ୍ୟରେ ଲାପସ ହୋଇଥିବା ବୀମାର ପୁନଃ ପ୍ରଚଳନ ଭଳି ୨୭ଟି ସମସ୍ୟାକୁ ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

new life
You might also like
error: Content is protected !!