News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ବଢି ଚାଲିଛି ଲୁଟ

ଢେଙ୍କାନାଳ ଜିଲ୍ଲାରେ ବଢି ଚାଲିଛି ଲୁଟ ମାରଣାସ୍ତ୍ର ରେ ଆକ୍ରମଣ କରି ଲୁଟୁଛନ୍ତି ଲୁଟେରା । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା (୪୪) ଏବଂ ସୁବ୍ରତ କୁମାର ନାୟକଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଉଭୟେ ରାତ୍ରି ଭୋଜନ କରୁଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ମାରଣାସ୍ତ୍ର ଧରି କାର୍ଯ୍ୟାଳୟରେ ପଶି ଅତର୍କିତ ଆକ୍ରମଣ କରିବା ସହ ଆସବାବପତ୍ର ଭଙ୍ଗରୁଜା କରିଥିଲେ। ଭୟଭୀତ କରାଇବାକୁ ଏକ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ନଗଦ ୭ ଲକ୍ଷ ୪୩ ହଜାର ଟଙ୍କା, ଗୋଟିଏ ସୁନା ଚେନ୍‌, ଦୁଇଟି ମୋବାଇଲ ଫୋନ୍‌ ନେଇ ଚମ୍ପଟ ମାରିଛନ୍ତି।

ଯିବା ପୂର୍ବରୁ ସିସିଟିଭି କ୍ୟାମେରା ଭାଙ୍ଗିଦେବା ସହ ହାର୍ଡଡିକ୍ସକୁ ନେଇଯାଇଛନ୍ତି। ଗୁରୁତର ଯୁବରଞ୍ଜନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁବ୍ରତଙ୍କ ଅଭିଯୋଗକ୍ରମେ ମୋଟଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ହିନ୍ଦୋଳ ରୋଡ୍‌ ଫାଣ୍ଡି ଅଧିକାରୀ ବିକାଶ ଚନ୍ଦ୍ର ବେହେରା ଅଭିଯୋଗ ପାଇ ତଦନ୍ତ କରିଛନ୍ତି।

ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟାରେ ପରଜଙ୍ଗ ଥାନା ୫୩ ନଂ ରାଜପଥ ହାତୀଲୁଚାଣି ରାସ୍ତାରେ ଏକ ଅର୍ଥ ଲଗାଣକାରୀ କମ୍ପାନୀର ଏଜେଣ୍ଟଙ୍କୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ୪୫ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି ।

new life
You might also like
error: Content is protected !!