News
WhatsApp Image 2023-10-04 at 17.25.00
samparksetu

୪୭ ଦିନର ପ୍ରେମ

ସେ ତା ଦୁନିଆରେ ବହୁତ ଖୁସି ରେ ଥିଲା,ଖୁସି କିଛି ନଥିଲା ଜୀବନ ରେ ତଥାବି ଖୁସି ରେ ଥିଲା।ପ୍ରେମିକ ହବାର ଇଚ୍ଛା କେବେ ଠୁ ମଉଳି ଯାଇଥିଲା, ହେଲେ ପ୍ରେମ ହଟାତ ଧସେଇ ପଶିଲା ତା ଜୀବନ ରେ ସିଏ ଫୁଣି ଫେସବୁକ ମାଧ୍ୟମ ରେ ସେ ଜାଣିଥିଲା ପ୍ରୋଟିନ ଖିଆ ବଡ଼ି ଆଉ ଫେସବୁକ ପ୍ରେମିକା ବେସିଦିନ ପାଇଁ ନୁହଁ।ତା ବାସ୍ତବବାଦୀ ହୃଦୟ କୁ କେହି ତରଳାଇ ପାରିବେନି ବୋଲି ସେ ଭାବୁଥିଲା ହେଲେ ଝିଅ ଙ୍କ ହସ ଆଉ ଲୁହ କୁ କବି ପରମାଣୁ ବୋମା ସହ ତୁଳନା କରିଛନ୍ତି ବୋଲି ସେ ଭୁଲି ଯାଇଥିଲା।ତା ଅଜାଣତରେ ଗୋଟେ ପରମାଣୁ ତା ହୃଦୟ ଭିତରକୁ ଫିଙ୍ଗା ସରିଥିଲା କେତେବେଳେ ଯେ ସେ ବାସ୍ତବବାଦୀ ମଣିଷରୁ ଏକ ଆବେଗଭରା ପ୍ରେମିକ ପାଲଟି ଯାଇଥିଲା ସେ ନିଜେ ବି ଜାଣିନଥିଲା।

ସେ ଜାଣିଥିଲା କି ଗୋଟେ ଦିନ ଆସିବ ସେ ଆଉ ଫୋନ କରିବନି କି ପ୍ରେମିକା ପରି ତା ଯତ୍ନ ନବନି ହେଲେ ସେ ଦିନ କେବେ ଆସିବ ସେ ଜାଣିନଥିଲା।ପ୍ରେମିକା ର ରାଣ ନିୟମ ରେ ସେ ନିଶା ପାଣି ବି ଛାଡିବା ପାଇଁ ପ୍ରୟାସ ଆରମ୍ଭ କରିସାରିଥାଏ ହେଲେ ବହୁତ ପୁରୁଣା କୂଅଭ୍ୟାସ ତ ଟିକେ ଡେରି ହବ।ବେକାର ବୁଲୁଥିବା ପିଲା ଟା ଧୀରେ ଧୀରେ ଭଲ ରାସ୍ତା କୁ ଆସିଯାଉଥିଲା ବୋଧେ ପ୍ରେମିକା ର ସ୍ନେହଭରା କଥା ରେ,ନିଜ ପାଇଁ କାମ ଧନ୍ଦା ବି ଖୋଜିବାରେ ଲାଗିପଡିଲା ,ଭାବିଥିଲା ତା ଜନ୍ମ ଦିନରେ ତାକୁ ଏକ ଭଲ ଉପହାର ଦେବ ସେ ବି ନିଜ ଉପାର୍ଜନ ରେ।ତା ପ୍ରେମିକା ଅନ୍ୟ ଝିଅ ଙ୍କ ପରି ଉପହାର ଲୋଭୀ ନଥିଲା ସେ କେବେ କିଛି ବି ମାଗିନି।ସବୁ ପ୍ରେମୀ ଯୁଗଳ ଙ୍କ ପରି ଏମାନେ ବି ଦେଖା କରନ୍ତି ହେଲେ ବହୁତ କମ ସମୟ ପାଇଁ ଆଉ ସାମ୍ନାସାମ୍ନି ହେଲେ କେହି କାହାକୁ କଣ କହିବେ କିଛି ବୁଝିପାରନ୍ତି ନାହିଁ ସ୍ୱଳ୍ପ କଥା ରେ ସରି ଯାଏ ଦେଖାସାକ୍ଷାତ।

କଳ୍ପନା ରେ ସେ ଯେମିତି ପ୍ରେମିକା ଟେ ଖୋଜୁଥିଲା ଇଏ ପୁରା ସେମିତି ଥିଲା।ଦିନେ ସକାଳୁ ସେ କହିଲା ତାକୁ ଦେଖିବା ପାଇଁ ପୁଅ ଘର ଆସୁଛନ୍ତି ଆଉ ପୁଅ ବି ବହୁତ ଭଲ ଯଦି ହେଲା ତ ଏଇଠି ମୋ ବାହାଘର ହୋଇଯିବ,ତମେ ତ ଘରେ କହି ମତେ ଆପଣାର କରି ପାରିଲନି।ଏ କଥା ଶୁଣି ପୁଅ ଟି ନିଜ କୁ ଦୋଷ ଦବ ନା ତାକୁ ଦୋଷ ଦବ କିଛି ବୁଝିପାରୁ ନଥାଏ, ତାକୁ ଆପଣାର କରିବାର ସକ୍ଷମ ତା ପାଖରେ ନଥାଏ କି ତାକୁ ଭୁଲିବାର ଧର୍ଯ୍ୟ ତା ପାଖରେ ନଥାଏ।ବାହାଘର ବି ଠିକ ହେଇଗଲା ତାର ଆଉ ଫୋନ କି ମେସେଜ କରିବନି ବୋଲି ସିଧା କହିଦେଲା ସେ।

ଯୋଉ ଶୁଖିଲା ଗଛ ରେ ଟିକେ ପତ୍ର କହଁଲି ଆସିଥିଲା ସେ ଫୁଣି ମୌଳିବାକୁ ଆରମ୍ଭ କଲା ସେ ପତ୍ର ଟିକକ କୁ କହଁଲିବାକୁ ୪୭ ଦିନ ସମୟ ଲାଗିଥିଲା,ଏବେ ଫୁଣି ସେଇ ନିଶା ଆଉ ବେକାର ଜୀବନ ତାକୁ ଅପେକ୍ଷା କରିଥିଲା ସେ ବି ଖୁସି ର ସହ ସେ ଦୁନିଆ କୁ ଫେରି ଗଲା।ବେଳେ ବେଳେ ନିଶା ଅଧିକା ହେଇଗଲେ ସାଙ୍ଗ ମାନଙ୍କୁ କହେ ମୋ ଜୀବନରେ ୪୭ ଦିନ ବହୁତ ରୋମାଂଚକର ଥିଲା।

✍️ବୁବୁନ କୁମାର ପଣ୍ଡା

new life
You might also like
error: Content is protected !!