News
WhatsApp Image 2023-10-04 at 17.25.00
samparksetu

ମାଡି ଚାଲିଛି ଗାଈ ଗୋରୁ୍‌ଙ୍କ ଏଲଏସଡି ରୋଗ ; ଖାଲି ପଡିଛି ଶହ ଶହ ଡାକ୍ତର ପଦବୀ, ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲାରେ ଶୀତଦିନରେ ଗାଈଗୋରୁଙ୍କ ବିଭିନ୍ନ ରୋଗ ଦେଖାଦେଇଥିବାର ଜଣାପଡିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସାଳୟରେ ଡାକ୍ତର ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଜିଲ୍ଳାରେ ଗାଈ ଗୋରୁଙ୍କ ଠାରେ ସାରାରାଜ୍ୟ ଭଳି ଏଲଏସଡି ରୋଗ ମାଡିଚାଲିଥିବାର ଜଣାପଡିଛି ।

ଜିଲ୍ଲାରେ ରହିଛି ୨୨ଟି ପ୍ରାଣୀଧନ ଚିକିତ୍ସାଳୟ ଏବଂ ୮୬ଟି ପ୍ରାଣୀଧନ ସହାୟକ କେନ୍ଦ୍ରରେ କର୍ମଚାରୀ,ଡାକ୍ତର ଏବଂ ନିରୀକ୍ଷକଙ୍କ ଅଭାବ ଯୋଗୁ ଗୃହପାଳିତ ପଶୁ ଚିକିତ୍ସିତ ହେଇ ପାରୁନଥିବାର ଜଣାପଡିଛି । କେତେକ କର୍ମଚାରୀ ଗ୍ରାମରେ ନିଜର ଘର କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ସରକାରଙ୍କ ଦ୍ୱାରା ନିର୍ମିତ କୋଠାଘର ଗୁଡିକ ଭୂତ ଖାନାରେ ପରିଣତ ହୋଇଛି ।

ଜିଲ୍ଲାରେ ମୋଟ ୯୪ ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୬୭ପଦବୀଖାଲି ପଡିବା ଯୋଗୁ ସଙ୍କଟରେ ଗୃହପାଳିତ ପଶୁ ପକ୍ଷୀଙ୍କ ଜୀବନ ବୋଲି ଆଲୋଚନା ହେଉଛି । ଜିଲ୍ଲାରେ ମୋଟ ୪ଲକ୍ଷ ୪ହଜାର ୬୭୧ ଦେଶୀଗାଈ,୧୪ହଜାର ୫୬୧ ଶଙ୍କର ଜାତୀୟ ଗାଈ,୨୫ ହଜାରରୁ ଅଧିକ ମଇଁଷି,୧ଲକ୍ଷ ୬୧ ହଜାରରୁ ଅଧିକ ଛେଳି,୨୬ ହଜାରରୁ ଅଧିକ ମେଣ୍ଢା,୧ହଜାର ୨୧୬ ଘୁଷୁରୀ ଏବଂ ସର୍ବାଧିକ ୨ଲକ୍ଷରୁ ଅଧିକ କୁକୁଡା ରହିଛନ୍ତି । ସେମାନଙ୍କ ପାଇଁ ମୋଟ ୨୨ଟି ପ୍ରାଣିଧନ ଚିକିତ୍ସାଳୟ,୮୬ଟି ସହାୟକ କେନ୍ଦ୍ର,୯୮ଟି କୃତ୍ରିମ ପଜଜନ କେନ୍ଦ୍ର ଏବଂସେମାନଙ୍କ ଦେଖାଶୁଣା ପାଇଁ ୭୬ ଜଣ ପ୍ରାଣୀଧନ ନିରୀକ୍ଷକ ଏବଂ କର୍ମଚାରୀ ରହିବା କଥା ।

ସେମାନଙ୍କ ମଧ୍ୟରୁ ଭୁବନ ବ୍ଳକରେ ୩ଟି ଚିକିତ୍ସାଳୟ ୯ଟି ସହାୟକ କେନ୍ଦ୍ର ୧୨ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୭ଜଣ ନିରୀକ୍ଷକଙ୍କ ପାଇଁ ପଦବୀ ରହିଛି ।ସେହିପରି ଢେଙ୍କାନାଳ ସଦର ବ୍ଳକରେ ୩ଟି ଚିକିତ୍ସାଳୟ ୧୫ଟି ସହାୟକ କେନ୍ଦ୍ର ୧୮ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୧୩ ଜଣ ନିରୀକ୍ଷକ,ଗଁଦିଆ ବ୍ଳକରେ ୨ଟି ଚିକିତ୍ସାଳୟ ୧୩ଟି ସହାୟକ କେନ୍ଦ୍ର ୧୫ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୧୨ ଜଣ ନିରୀକ୍ଷକ, ହିନ୍ଦୋଳ ବ୍ଳକରେ ୩ଟି ଚିକିତ୍ସାଳୟ ୧୫ଟି ସହାୟକ କେନ୍ଦ୍ର ୧୪ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୧୩ ଜଣ ନିରୀକ୍ଷକ,କାମାକ୍ଷାନଗର ବ୍ଳକରେ ୨ଟି ଚିକିତ୍ସାଳୟ ୧୦ଟି ସହାୟକ କେନ୍ଦ୍ର ୧୨ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୮ ଜଣ ନିରୀକ୍ଷକ,କଙ୍କଡାହାଡ ବ୍ଳକରେ ୨ଟି ଚିକିତ୍ସାଳୟ ୭ଟି ସହାୟକ କେନ୍ଦ୍ର ୭ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୫ ଜଣ ନିରୀକ୍ଷକ,ଓଡାପଡା ବ୍ଳକରେ ୨ଟି ଚିକିତ୍ସାଳୟ ୯ଟି ସହାୟକ କେନ୍ଦ୍ର ୧୨ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୧୦ ଜଣ ନିରୀକ୍ଷକ ଏବଂ ପରଜଙ୍ଗ ବ୍ଳକରେ ୧ଟି ଚିକିତ୍ସାଳୟ ୮ଟି ସହାୟକ କେନ୍ଦ୍ର ୪ଟି କୃତ୍ରିମ ପ୍ରଜଜନ କେନ୍ଦ୍ର ଏବଂ ୭ ଜଣ ନିରୀକ୍ଷକ ପଦବୀ ରହିଛି ।

ଏହା ସହିତ ଢେଙ୍କାନାଳ ପୌରାଞ୍ଚଳ,ଭୁବନ ଏନଏସି,ହିନ୍ଦୋଳ ଏନଏସି ଓ କାମାକ୍ଷାନଗର ଏନଏସିରେ ଗୋଟିଏ ଲେଖାଏଁ ପ୍ରାଣୀ ଚିକିତ୍ସାଳୟ ରହିଛି । ଏହି ସବୁ କେନ୍ଦ୍ର ଉପରେ ଜିଲ୍ଲାର ଗୃହପାଳିତ ପଶୁଙ୍କ ଚିକିତ୍ସାନିମନ୍ତେ ଚାଷୀ ମାନେ ନିର୍ଭର କରିଥାନ୍ତି । ଚାଷୀମାନେ ସ୍ୱାବଲମ୍ବୀ ହେବାପାଇଁ ଏବଂ ଦାରିଦ୍ର ଦୂରୀକରଣ ପାଇ ବିଭିନ୍ନ ସମସୟରେ ଗାଈ,କୁକୁଡା,ଛେଳି ଭଳି ଅନେକ ଗୃହପାଳିତ ପଶୁ ପାଳନ କରିଥାନ୍ତି । କିନ୍ତୁ ଜିଲ୍ଲାରେ ଥିବା ଅନେକ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର କର୍ମଚାରୀ ଶୂନ୍ୟ ହୋଇପଡିଛି । ନାମକୁ ମାତ୍ର ହାତଗଣତି କେତେକ କର୍ମଚାରୀ,ପ୍ରାଣୀଧନ ନିରୀକ୍ଷକଙ୍କୁ ନେଇ କାର୍ଯ୍ୟଚାଲିଛି । ଜଣାପଡିଛି ଯେ,ଜିଲ୍ଲାରେ ମୋଟ ୯୪ ଜଣ ଲାଇଭ୍ ଷ୍ଟକ ଇନିସପେକ୍ଟର ବା ପ୍ରାଣୀଧନ ନୀରିକ୍ଷକ ମଧ୍ୟରୁ ମାତ୍ର ୨୭ଜଣ ରହିଛନ୍ତି ଏବଂ ୬୭ ପଦବୀ ଖାଲି ପଡିଛି ।

ସେହିପରି ପ୍ରାଣୀ ଚିକିତ୍ସକ ମଧ୍ୟରେ ୧୦ରୁ ୬ଜଣ ରହିଥିବା ବେଳେ ଭିଟି ବା ଭେଟେନାରୀ ଟେକ୍ନିସିଆନ ଭିତରେ ୨୦ରୁ ୧ଜଣ ଏବଂ ଅତିରକ୍ତି ଭିଏ୍‌ସ ୧୬ରୁ ୧୩ ଜଣ ଏବଂ ବିଭିଓ ବା ଡେପୁଟି ବିଭିଓ ୮ଜଣ ରହିଥିବାର ଜଣାପଡିଛି ।

ଦୀର୍ଘ ଦିନ ହେବ ଜିଲ୍ଲାରେ ଏହି ପଦବୀ ଖାଲି ପଡିଥିବା ବେଳେ ଏହାକୁ ପୂରଣକରିବା ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଜଣାପଡିଛି । ନୂତନ ନିଯୁକ୍ତି ପ୍ରଦାନ କରାଯାଉ ନଥିବାରୁ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ଅନେକ କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ନଥିବାରୁ ପିଅନ ମାନେ ଗୃହପାଳିତ ପଶୁଙ୍କର ସେବା କରୁଥିବାର ଜଣାପଡିଛି ।ଏଭଳି ଅବସ୍ଥାରେ ଶୀତ ଦିନରେ ଗାଈ ଗୋରୁଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେବା ସହିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ସାରା ରାଜ୍ୟରେ ଏଲଏସଡି ରୋଗ ବ୍ୟାପିବା ଭଳି ଜିଲ୍ଳାରେ ମଧ୍ୟ ରୋଗ ବ୍ୟାପିବାରେ ଲାଗିଛି । ସରକାରଙ୍କ ତରଫରୁ ଟୀକାକରଣ ପାଇଁ ଇଞ୍ଜେକସନ ଆସିଥିବା ବେଳେ କର୍ମଚାରୀଙ୍କ ଅଭାବ ଯୋଗୁ ପିଅନ ମାନଙ୍କ ସହାୟତାରେ ଏହି ଭ୍ୟାକସିନ ଚାଲିଥିବାର ଜଣାପଡିଛି ।

new life
You might also like
error: Content is protected !!