News
WhatsApp Image 2023-10-04 at 17.25.00
samparksetu

ମଦ ମୁକ୍ତ ଗାଁ ପାଇଁ ଗ୍ରାମବାସୀଙ୍କ ଶୋଭାଯାତ୍ରା

ଗଁଦିଆ ବ୍ଲକ ନେଉଳପୋଇ ପଞ୍ଚାୟତ ଛାଟିଆ ଗ୍ରାମ ଠାରେ ମଦ ମୁକ୍ତ ଗାଁ ଅଭିଯାନ, ସଚେତନତା ରାଲି ଆରମ୍ଭ ହୋଇଛି। ଗ୍ରାମର ଆଦିବାସୀ ଓ ହରିଜନ ମହିଳାମାନଙ୍କ ଆହ୍ବାନ କ୍ରମେ ଗ୍ରାମର ଶତାଧିକ ମହିଳା ଏକ ରାଲିରେ ସାମିଲ ହୋଇ ମଦ ମୁକ୍ତ ଗ୍ରାମ କରିବା ପାଇଁ ସ୍ଲୋଗାନ ଦେଇଥିଲେ।

ଗ୍ରାମରେ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସେମାନେ ସ୍ଲୋଗାନ ଦେଇଥିଲେ। ଏଠାରେ ସୂଚନା ଥାଉକି ଗ୍ରାମର ଶତକଡା ୭୦%ଲୋକ ଆଦିବାସୀ ଓ ହରିଜନ ଶ୍ରେଣୀର । ପୁରୁଷମାନେ ଯାହା ରୋଜଗାର କରୁଛନ୍ତି ସେମାନଙ୍କର ଆୟର ଅଧିକ ଭାଗ ମଦ ଖର୍ଚ୍ଚରେ ଯାଉଛି। ମଦ ଯୋଗୁଁ ସେମାନଙ୍କର ପରିବାରରେ ଗଣ୍ଡଗୋଳ ତଥା ଗ୍ରାମରେ ଯେକୌଣସି ଗଣ୍ଡଗୋଳ ହେଉଛି ତାହା ଅଧିକାଂଶ ମଦ କାରଣରୁ ହେଉଛି ବୋଲି ସେମାନେ ଅନୁଭବ କରୁଛନ୍ତି।

ସେମାନେ ଯେଡେ କଠିନ ପରିଶ୍ରମ କରି ରୋଜଗାର କଲେ ମଧ୍ୟ ସେମାନଙ୍କର କୈାଣସି ଆର୍ଥିକ ଅଗ୍ରଗତି ହେଉନାହିଁ।ଏଣେ ଦିନକୁ ଦିନ ଗ୍ରାମ ରେ ମଦ ବିକ୍ରି ବଢ଼ି ଚାଲିଛି। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ହେଲେ ମଧ୍ୟ କିଛି ଫଳ ହେଉନାହିଁ। ସେହି କାରଣରୁ ଗ୍ରାମର ଅଧିକାଂଶ ମହିଳା ଏକତ୍ରିତ ହୋଇ ମଦ ମୁକ୍ତ ଗାଁର ପରିକଳ୍ପନା କରି ଗାଁ ପରିକ୍ରମା କରି ଏହି ଆନ୍ଦୋଳନ କରିଛନ୍ତି।

ଏହି ଆନ୍ଦୋଳନରେ ଗ୍ରାମ ମହିଳା ସଂଗଠନର ସଭାନେତ୍ରୀ ଶଇଳ ଦେହୁରୀ, ଉପସଭାନେତ୍ରୀ ସୁଭଦ୍ରା ଦେହୁରୀ, ସଂପାଦିକା ସରସ୍ବତୀ ଦେହୁରୀ, ଗ୍ରାମର ସଭାପତି ଗୋପୀନାଥ ରାଉତ, ଉପସଭାପତି ସଞ୍ଜୟ ବିଶ୍ୱାଳ, ସଂପାଦକ ପ୍ରକାଶ ଚନ୍ଦ୍ର ମଲ୍ଲିକ , କମିଟି ସଭ୍ୟ ଦିଗମ୍ବର ରାଉତ, ଲଳିତ ମୋହନ କବି ଶତପଥୀ, ମୃତ୍ୟୁଞ୍ଜୟ ରାଉତ, ଦଣ୍ଡଧର ଦେହୁରୀ, ନିତ୍ୟାନନ୍ଦ ମହାଭୋଇ ପ୍ରମୁଖ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ। ସଂଗଠନ ପରିଚାଳକ ପ୍ରେମାନନ୍ଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

new life
You might also like
error: Content is protected !!