News
WhatsApp Image 2023-10-04 at 17.25.00
samparksetu

ଟଙ୍କା ନଦେଲେ ଘର ନାହିଁ ; ଦିନମଜୁରିଆ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଏମିତି ବି ହେଉଛି। ହାତ ଗୁଂଜା ନେଦେଲେ ଘର ଖଣ୍ଡେ ମିଳିବା ସ୍ଵପ୍ନ ହୋଇ ଯାଇଛି। ଥିଲା ଵାଲା ପାଉଛି ଘର ନଥିଲା ଵାଲା ମୁଣ୍ଡ କାନ ଆଉଁସି ରହିବାକୁ ପଡୁଛି।ଏମିତି ଏକ ଘଟଣା ଘଟିଛି ସଦର ବ୍ଲକ ମଧୁସାହୁ ପାଟଣା ପଂଚାୟତ ଆନ୍ତର୍ଗତ ରାଜୁଆପାଟଣା ଗ୍ରାମରେ।ଗ୍ରାମର ରବୀନ୍ଦ୍ରନାଥ ସାହୁଙ୍କ ଅଭିଯୋଗ ଅନୁସାରେ ପରଘରେ ମୂଲ ନ ଲାଗିଲେ ପେଟକୁ ମୁଠାଏ ଦାନା ସଂଗ୍ରହ କରିବା କଷ୍ଟକର।

ଘର କହିଲେ ଭାଙ୍ଗି ଯାଇଥିବା ଚାଳଘର।ତାକୁ ଛପର କରିବା କଷ୍ଟକର। ଯେଉଁଠି ପେଟକୁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇ ପଡୁଛି ସେଠାରେ ବହୁ କଷ୍ଟରେ ଧାର ଉଧାର କରି ଘର ଖଣ୍ଡକ ସଯପର କରିଛନ୍ତି।ଘର ଖଣ୍ଡେ ପାଇଁ ସେ “କ”ଫର୍ମ ପୂରଣ କରି ଦାଖଲ କରିଥିଲେ।ହେଲେ ସେ ଘର ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ଦେଇ ନଥିବାରୁ ବୋଧହୁଏ ତାଙ୍କର ଲିଷ୍ଟ ରେ ନାମ ନଥିବାର ଅଭିଯୋଗ କରିଛନ୍ତି।ଏ ସଂକ୍ରାନ୍ତରେ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତଦନ୍ତ କରି ଗରୀବ ପରିବାରକୁ ଘର ଖଣ୍ଡେ ମଞ୍ଜୁର କରିବାକୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!