News
WhatsApp Image 2023-10-04 at 17.25.00
samparksetu

ବେଧଡ଼କ ଚାଲିଚି ଗଛ କଟା, ବନ ବିଭାଗ ନିରବ ଦ୍ରଷ୍ଟା

ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନରେ ବେଧଡକ ଭାବେ ଚାଲିଚି ଗଛ କଟା। ଅଜଣା ପରି ଚୁପ ବସିଚି ବନ ବିଭାଗ ଅଧିକାରୀ , କାହା ବଳରେ ବଳିଆନ ଏବେ କାଠ ମାଫିଆ। ଝିଲ୍ଲି ଠାରୁ ଚାଉଳିଆଝରଣ ଯିବା ରାସ୍ତାରେ ଝିଲ୍ଲି ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ବନବିଭାଗର ସୁରକ୍ଷିତ ଜଙ୍ଗଲ ଏବେ ଅସୁରକ୍ଷିତ ହୋଇପଡିଛି ।

ଏହି ଜଙ୍ଗଲରୁ ପ୍ରାୟ ବହୁ ଦିନ ଧରି ବେଧଡକ ଭାବେ ଚାଲିଛି ଜଙ୍ଗଲ ଲୁଟ। ଜଙ୍ଗଲ ଲୁଟ ର ଟେର ପାଉନି ବନବିଭାଗ। ଜଙ୍ଗଲରୁ ବଡ ବଡ ଦାମୀ ଶାଳ ଗଛକୁ କାଠ ମାଫିଆ ମାନେ ବାହାର ଜିଲ୍ଲାକୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳରେ କାଠ ମାଫିଆ ସକ୍ରିୟ ସୋଇଥିବାରୁ ଏବେ ଅସୁରକ୍ଷିତ ହୋଇପଡିଛି ଜଙ୍ଗଲ। ଏ ନେଇ ମହାବିରୋଡ଼ ରେଞ୍ଜର ଅଧିକାରୀ ହରେଶ ଚନ୍ଦ୍ର କିସାନ କୁ ଯୋଗା ଯୋଗ କରିଥିଲେ ମଧ୍ୟ ଫୋନ କୁ ଅଣଦେଖା କରିଦେଇଥିଲେ । ତେବେ ଏଥିପ୍ରତି ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀ ଏବଂ ପ୍ରଶାସନ ଅଧିକାରୀ କି ପ୍ରକାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

new life
You might also like
error: Content is protected !!