News
WhatsApp Image 2023-10-04 at 17.25.00
samparksetu

ଜ୍ବାଇଁ ମାଡ଼ରେ ଶାଶୁ ମୃତ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ମହାବିରୋଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ଅନୁମାନିକ ୧ ଟା ସମୟରେ ମହାବିରୋଡ଼ ଗ୍ରାମର ନିବାରଣ ଦେହୁରୀଙ୍କ ପତ୍ନୀ ଶୁଆଗି ଦେହୁରୀ(୭୦)ଙ୍କୁ ଜ୍ୱାଇଁ ତିଳେଇପଶି ଗାଁର ରାଜକିଶୋର ସାହୁଙ୍କ ମାଡ଼ରେ ମୃତ୍ୟୁ ହେଇଥିବା ଅଭିଯୋଗ ହେଇଅଛି ।

ଜ୍ୱାଇଁ ହତ୍ୟା କରିଥିବା ନେଇ ମହାବିରୋଡ଼ ଥାନାରେ ଶଶୁର ଅଭିଯୋଗ କରିଛନ୍ତି ।ଏ ସଂକ୍ରାନ୍ତରେ ମହାବିରୋଡ଼ ଥାନା ଅଧିକାରୀ ଅନାଦି ପଟ୍ଟନାୟକ କହିଛନ୍ତି ଜ୍ବାଇଁ ବାରମ୍ବାର ଟଙ୍କା ମାଗୁଥିଲା ଟଙ୍କା ନଦେବାରୁ ଶାଶୁକୁ ଶାଳ ବାଡ଼ିରେ ମାରି ହତ୍ୟା କରିଥିବା କହିଛନ୍ତି ।ଢେଙ୍କାନାଳ ସାଇଣ୍ଟିଫିକ ଦଳ, ଥାନା ଅଧିକାରୀ ସମେତ ସମସ୍ତ ଷ୍ଟାଫ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ।ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ।ଶବ ବ୍ୟବଚ୍ଛେଦ ପରେ ମୃତ୍ୟ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

new life
You might also like
error: Content is protected !!