News
WhatsApp Image 2023-10-04 at 17.25.00
samparksetu

ମହାବିରୋଡ଼ ଥାନା ପରିସରରେ ଟଳି ପଡିଲେ ଶ୍ରମିକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ପରିସରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ହେଲେ ମହାବିରୋଡ଼ ଗାଁର ବୁଦ୍ଧିଆ ପଧାନ। ବୁଦ୍ଧିଆଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ମହାବିରୋଡ଼ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟାୟତଙ୍କ ସୂଚନା ଅନୁଯାୟୀ ବୁଦ୍ଧିଆ ଥାନା ପରିସରରେ ଥିବା ନୂତନ ବିଲିଡିଙ୍ଗରେ କାମ କରିବାକୁ ଆସନ୍ତି। ମାତ୍ର ଆଜି କୌଣସି କାର୍ଯ୍ୟରେ ସେ ଥାନାକୁ ଆସି ଟଳି ପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଥାନା ପରିସରରେ ବୁଦ୍ଧିଆଙ୍କ ମୃତ ଦେହ ପଡିଥିବାର ଦେଖି ଥାନା ଅଧିକାରୀ ତାଙ୍କ ପରିବାର ଲୋକଙ୍କୁ ଜଣେଇବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।

new life
You might also like
error: Content is protected !!