News
WhatsApp Image 2023-10-04 at 17.25.00
samparksetu

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପରିବାର କଲେ ହତ୍ୟା ଅଭିଯୋଗ

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗ୍ରାମ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ ,ଉକ୍ତ ଗାଁର ଯଶୋଦା ମୁଣ୍ଡା(୧୮) ଘରେ ଝୁଲନ୍ତା ଅବସ୍ଥାରେ ଘରେ ଦେଖିବାକୁ ମିଳିଥିଲା ।ବାପା ରତ୍ନାକର ମୁଣ୍ଡା କୌଣସି କାମରେ ବାହାରକୁ ଯାଇଥିଲେ ଗତକାଲି ଘରକୁ ଆସି ଝିଅକୁ ଖୋଜାଖୋଜି କଲାପରେ ଦେଖିଲେ ଘର ଭିତରେ ଝିଅର ଝୁଲନ୍ତା ମୃତ ଦେହ ।ମା ମସୁର ମୁଣ୍ଡା ଭୁବନେଶ୍ବରେ ରହି କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କହିଛନ୍ତି ଝିଅର ମୃତ୍ୟ ଖବର ପାଇ ଘରକୁ ଆସିଥିଲେ ।

ଉଭୟ ବାପା ମା ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।ଏ ସଂକ୍ରାନ୍ତରେ ମହାବିରୋଡ଼ ଥାନା ଅଧିକାରୀ ଅନାଦି ପଟାୟତ କହିଛନ୍ତି ଆଜି ଦିନ ୧୨ ଟା ବେଳେ ପରିବାର ଲୋକଙ୍କ ଅଭିଯୋଗ ପାଇଁ ମହାବିରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟ ଦେହ ଉଦ୍ଧାର କରି ସବ ବ୍ୟବଚ୍ଛେଦ କରିବା ପାଇଁ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।କେଉଁ ପରିସ୍ଥିତିରେ ଘଟଣା ଘଟିଛି ଏହାର ଅଧିକ ତଦନ୍ତ କରୁଛି ପୋଲିସ ।

new life
You might also like
error: Content is protected !!