News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବିପତ୍ର ଦେଲେ ଅଭିଭାବକ ; ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ରାମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନଶିକ୍ଷକ ଶଙ୍କର୍ଷଣ ପଣ୍ଡାଙ୍କ ଅନ୍ୟତ୍ର ବଦଳି ପାଇଁ ଦାବି ଜୋର ଧରିଲା ।ମହାବିରୋଡ୍ ଗ୍ରାମବାସୀଙ୍କ ତରଫରୁ ଏହି ଦାବିକୁ କାମାକ୍ଷାନଗର ଉପ ଜିଲ୍ଲାପାଳ , ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା ଅଧିକାରୀ, ପର୍ଜଙ୍ଗ ଥାନା ଅଧିକାରୀ ଓ ଜନପ୍ରଭା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ଙ୍କ ଉଦ୍ଦେଶ୍ୟରେ ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦିପ ପାତ୍ର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

୫୦ ରୁ ଉର୍ଦ୍ଧ୍ବ ଅଭିଭାବକ ଙ୍କ ଅଭିଯୋଗ କ୍ରମେ ,ଆସନ୍ତା ୧୫ ତାରିଖ ସୁଧା ଦୁଇଜଣ କଳା ଶିକ୍ଷକ ନିଯୁକ୍ତି ଓ କଙ୍କଡାହାଡ ରାମେଶ୍ବର ସରକାରୀ ବିଦ୍ୟାଳୟ ର ଦୁଷ୍କର୍ମ ଲମ୍ପଟ ଶିକ୍ଷକ
ଶଙ୍କର୍ଷଣ ପଣ୍ଡା ଙ୍କୁ ଜନପ୍ରଭା ଉଚ୍ଚ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ନ କରାଗଲେ ଏହି ଆନ୍ଦୋଳନ ତିବ୍ରତର ହେବ ଏବଂ ବିଦ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଆନ୍ଦୋଳନ ରେ ସାମିଲ ହେବେ ବୋଲି ସୂଚନା ମିଳିଛି।

new life
You might also like
error: Content is protected !!