News
WhatsApp Image 2023-10-04 at 17.25.00
samparksetu

ଦନ୍ତା ଆକ୍ରମଣ ରେ ଜଣେ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ସେକ୍ସନ ୨ ର ଗଡପଳାଶୁଣି ବଡ଼ସାହି ଗ୍ରାମର ଦୟାନିଧି ସିଂ (୩୨)ଆଜି ସକାଳ ସମୟରେ ନିଜର ନିତ୍ୟକର୍ମ ସାରିବା ପାଇଁ ସେ ନିଜ ଜମି ପାଖ ପଡିଆକୁ ଯାଇଥିଲେ ସେ ଫେରିବା ସମୟରେ ତାଙ୍କୁ ଏକ ଦାନ୍ତ ହାତୀ ଆକ୍ରମଣ କରିଥିଲା । ଜଙ୍ଗଲ ରୁ ବାହରି ଦୟାନିଧି ଙ୍କୁ କଚାଡି ଦେଇ ଥିଲା ଦନ୍ତା ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଘରକୁ ଅଣି ଫରେଷ୍ଟ ଅଫିସ୍ ଏବଂ ୧୦୮ ଆମ୍ବୁଲାନ୍ସ କୁ କଲ କରିଥିଲେ ।

୧୦୮ ଆମ୍ବୁଲାନ୍ସ ରେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଫରେଷ୍ଟର ଶ୍ରୀ ସାରଙ୍ଗଧର ବେହେରା ପହଞ୍ଚି ତାଙ୍କ ପରିବାରକୁ ତାଙ୍କ ତରଫରୁ ୩୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ଦେବା ସହିତ ଯାହା ସରକାରଙ୍କ ତରଫରୁ ସୁବିଧା ଅଛି ସବୁ ଯୁଗେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!