News
WhatsApp Image 2023-10-04 at 17.25.00
samparksetu

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ , ଥାନାରେ ଅଭିଯୋଗ କଲେ ଭାଇ

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଉକ୍ତ ଗାଁର ସିଲା ଚମ୍ପିଆ(୩୨)ଙ୍କୁ ସ୍ୱାମୀ ଅନାଦି ଚମ୍ପିଆ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ଦୁଃଖୀରାମ ଲାଗୁରି ।

ଏ ସଂକ୍ରାନ୍ତରେ ମହାବିରୋଡ଼ ଥାନା ଏଏସାଇ ଶେଷଦେବ ଲେଙ୍କା କହିଛନ୍ତି ଗତକାଲି ଅପରାହ୍ନ ୪.୩୦ ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।ମୃତ ମହିଳାଙ୍କ ସ୍ୱାମୀ ଅନାଦି ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।ଘଟଣା କେଉଁ ପରିସ୍ଥିତିରେ ଘଟିଛି ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!