News
WhatsApp Image 2023-10-04 at 17.25.00
samparksetu

ମହାବିରୋଡ଼ ଡାକ୍ତରଖାନାର ଦୂରାବସ୍ଥା, ବିନା କର୍ମଚାରୀରେ ଚାଲିଛି ମେଡିକାଲ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ଠାରେ ୧୯୭୨ ମସିହାରୁ ସ୍ଥାପିତ ଏକ ସରକାରୀ ଡାକ୍ତରଖାନା ରହିଛି ।ଏହି ଡ଼ାକ୍ତରଖାନାକୁ ଦୀର୍ଘ ଦିନ ଧରି ଆବଶ୍ୟକୀୟ କର୍ମଚାରୀ ଆସୁନଥିବାରୁ ରୋଗୀ ମାନେ ଅନେକ ହିନସ୍ତା ଭୋଗୁଛନ୍ତି । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିଛି । ଏହି ମେଡିକାଲ ଅଧିନରେ ମହାବିରୋଡ,ଦଶିପୂର୍,ଚାନ୍ଦପୁର,ବିରିବୋଲେଇ,ଘାଗରାମୁଣ୍ଡା,କୁଟୁରିଆ,ପଙ୍ଗାତିରା, ଗଡପଳାଶୁଣି, ବାମ୍, ପ୍ରଭୁତି ଆଦି ଦଶଟି ପାଞ୍ଚାୟତ ଜନସାଧାରଣ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ହେଉଛନ୍ତି ।

ଏପରି କି ଏହା କେଉଁଝର ଜିଲ୍ଲା ଅଞ୍ଚଳ ସୀମା କୁ ଲାଗିଥିବାରୁ ସିରିଗିଡା, ଆକୁଳ, ତେଲକୋଇ ଅଞ୍ଚଳ ରୁ ଏଠାକୁ ଜରୁରୀ କାଳୀନ ସେବା ପାଇବା ପାଇଁ ଏଠାକୁ ଆସିଥାନ୍ତି ।କିନ୍ତୁ ମେଡିକାଲଟି ଜିଲ୍ଲା ସଦର ମହକୁମା ଠାରୁ ଅନତି ଦୂରରେ ଥିବାରୁ ବିଭାଗୀୟ କର୍ମଚାରୀ ମାନଙ୍କର ଅନୁପସ୍ଥିତି ଅଞ୍ଚଳବାସୀଙ୍କୁ ଅନେକ ସମସ୍ୟା ସୃଷ୍ଟି କରୁଛି। ବର୍ତ୍ତମାନ ଜଳବାୟୁ ଦୃଷ୍ଟିରୁ ଡାକ୍ତର ଖାନ।ରେ ରୋଗୀଙ୍କ ନାହିଁ ନଥିବା ଭିଡ । ଛୋଟ ଛୁଆ ଙ୍କ ଠାରୁ ଆରମ୍ଭ କରି ମହିଳା, ବୃଦ୍ଧ ଦୂରଦୂରାନ୍ତ ରୁ ଆସି ଅପେକ୍ଷା କରି ରହିବାକୁ ପଡୁଛି। ନା ରକ୍ତ ପରୀକ୍ଷା ହେଉଛି ନା ଇଞ୍ଜେକସନ ଦେବା ପାଇଁ କର୍ମଚାରୀ ଅଛନ୍ତି ।

ତୁରନ୍ତ ଡାକ୍ତରଖାନାର ସମସ୍ୟାର ପ୍ରତିକାର କରାନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଏକ ବଡ଼ଧରଣର ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି

new life
You might also like
error: Content is protected !!