ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ଗତ ଏକ ସପ୍ତାହ ହେଲା ଚାଲିଥିବା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳାର ଆଜି ଶେଷ ଦିନ । ଆଜି ଅନୁଷ୍ଠିତ ଗୋଷ୍ଠି ସତ୍ ସଙ୍ଗ ପରେ ମହିମା ସନ୍ୟାସୀ ମାନେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଓଡ଼ିଶା ବାହାରେ ପରିଭ୍ରମଣ କରୁଥିବା ସନ୍ୟାସୀ ମାନେ ନିଜ ନିଜ ଅଞ୍ଚଳକୁ ଫେରି ଯାଇଛନ୍ତି ।
ଆଜି ବକ୍କଳଧାରୀ ମହିମା ସମାଜ ଆନୁକୂଲ୍ୟରେ ଗୋଷ୍ଠି ବେଢ଼ା ଦେବଭୂମି ଠାରେ ବାର୍ଷିକ ଗୋଷ୍ଠି ସତ୍ ସଙ୍ଗ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠି ସତ୍ ସଙ୍ଗ ରେ ପ୍ରାୟ ଦୁଇ ଶହ ବକ୍କଳ ଧାରୀ ସନ୍ୟାସୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ନୂତନ ଭାବେ ବକ୍କଳ ଗ୍ରହଣ କରିଥିବା ୧୯ ଜଣ ବାବାଙ୍କୁ ଗୋଷ୍ଠି ଭୂକ୍ତ କରାଯାଇଥିଲା।
ସେମାନେ ହେଲେ ପଦ୍ମଚରଣ ବାବା, ପ୍ରଫୁଲ୍ଲ ବାବା,ଅନାମ ବାବା,ରାସବିହାରୀ ବାବା, ଇନ୍ଦ୍ରମଣି ବାବା,ତାରକ ବାବା, ଗୋପାଳ ବାବା, ସୁଶାନ୍ତ ବାବା,କେଶବ ବାବା,କିଶୋର ବାବା,ଚକ୍ରଧର ବାବା,ରାମଚନ୍ଦ୍ର ବାବା,ସୀତାରାମ ବାବା,ମଦନ ବାବା,ଭକ୍ତ ବାବା,ବିକ୍ରମ ବାବା,ଦୁଷ୍ମନ୍ତ ବାବା, ଦୁଃଖବନ୍ଧୁ ବାବା ଓ ପ୍ରେମାନନ୍ଦ ବାବା ପ୍ରମୁଖ ଗୋଷ୍ଠିରେ ଯୋଗଦେଇ ଗୋଷ୍ଠି ଭିକ୍ଷା କରି ଥିଲେ । ସେହିପରି ୩୧ଜଣ ତ୍ୟାଗୀ ଙ୍କୁ ଡୋରକୈ।ପୀନ ଦିଆଯାଇ ଗୋଷ୍ଠି ଭୁକ୍ତ କରାଯାଇଥିଲା ।
ଗୋଷ୍ଠି ସତ୍ ସଙ୍ଗ କାର୍ଯ୍ୟକ୍ରମ ମହିମା ଧର୍ମ ପରମ୍ପରା କ୍ରମେ ମହିମା ଧର୍ମର ପ୍ରବର୍ତ୍ତକ ପ୍ରଭୁ ମହିମା ସ୍ବାମୀଙ୍କ ସମୟରୁ ମହିମା ଗାଦିରେ ପ୍ରଚଳିତ ହୋଇଆସୁଛି । ବର୍ଷସାରା ସାଧୁସନ୍ଥମାନେ ବିଭିନ୍ନ ଅଞ୍ଚଳରେ ବୁଲି ଧର୍ମପ୍ରଚାର କରିଥାନ୍ତି ।ଯଦି କିଛି ଭୁଲ୍ ବା ଦୋଷତ୍ରୃଟି ରହିଯାଏ ତେବେ ବାର୍ଷିକ ଗୋଷ୍ଠି ରେ ତାହାର ଆଲୋଚନା କରାଯାଇ ତାହାର ସମାଧାନ ହୋଇଥାଏ । ଗୋଷ୍ଠି ଭୀକ୍ଷା ପରେ ସାଧୁସନ୍ଥମାନେ ଭଜନ ଜଣାଣ ଗାଇ ଗାଇ ଧୂନୀମନ୍ଦିର,ନୀତିମନ୍ଦି ଓ ଗାଦି ମନ୍ଦିର ପ୍ରଦର୍ଶୀତ କରି ଶରଣ ଦର୍ଶନ କରି ନିଜନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ବକ୍କଳଧାରୀ ମହିମା ସମାଜର ଏହି ଗୋଷ୍ଠି କୁ ସଭାପତି ବାବା ସୁକଦେବ ଦାସ, ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ, ପରିଚାଳନା କମିଟି ସଭ୍ୟ ବାବା ପ୍ରସନ୍ନ ଦାସ,ବାବା ପ୍ରଭାସ ଦାସ,ବାବା ଶଙ୍କର ଦାସ,ବାବା ନଟବର ଦାସ, ବାବା ଦୀନବନ୍ଧୁ ଦାସ,ସାଧୁ ଅନାମଦାସ,ସାଧୁ ବିଜୟ ଦାସ,ସାଧୁ ଚୈତନ୍ୟ ଦାସ ପ୍ରମୁଖ ପରିଚାଳନା କରିଥିଲେ । କୈ।ପୀନଧାରୀ ମହିମା ସମାଜ ଆନୁକୂଲ୍ୟରେ ଗୋଷ୍ଠି ସତ୍ ସଙ୍ଗକୁ ସଭାପତି ରଘୁନାଥ ବାବା, ଉପସଭାପତି ସାରଙ୍ଗଧର ବାବା, ସମ୍ପାଦକ ସୁଶାନ୍ତ ବାବା,ସହସମ୍ପାଦକ କରୁଣାକର ବାବା, କୋଷାଧ୍ୟକ୍ଷ ଅଭୟ ବାବା,ସହକୋଷ।ଧ୍ୟକ୍ଷ ଦେବେନ୍ଦ୍ର ବାବା,ବୀଣାକର ବାବା ପ୍ରମୁଖ ପରିଚାଳନା କରିଥିଲେ ।