ଜିଲ୍ଲା କାର୍ଯ୍ୟ।ଳୟସ୍ଥିତ ସଦଭାବନା ସ୍ୱଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଵିଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପରିବେଶ ସୁନ୍ଦର ଓ ଶାନ୍ତ ରହିଲେ ଶିକ୍ଷା ପାଇଁ ବିଦ୍ୟାର୍ଥୀମାନେ ଅଧିକ ଆକୃଷ୍ଟ ହେବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି ।
ମହାବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ନିର୍ମାଣ ,ନବୀକରଣ ,ମରାମତି କରାଯିବ । ଏହାର ପରିସରରେ ଫୁଲ ,ଫଳ ଓ ଅନ୍ୟାନ୍ୟ ବୃକ୍ଷ ଲଗାଯାଇ ପରିବେଶକୁ ସୁନ୍ଦର ଏବଂ ଆକର୍ଷଣୀୟ କରାଯିବ । ଜିଲ୍ଲାର ମହାନ ବ୍ୟକ୍ତିତ୍ୱମାନଙ୍କର ବାର୍ତ୍ତା ଓ ଫଟୋଚିତ୍ର ଲଗାଯାଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସ।ହିତ କରାଯିବ । ଯେଉଁ ମହାବିଦ୍ୟାଳୟର ଜମି ପଟ୍ଟା ନାହିଁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।