News
WhatsApp Image 2023-10-04 at 17.25.00
samparksetu

ନୂଆବଗ ପଞ୍ଚାୟତ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ହିନ୍ଦୋଳ ବ୍ଲକ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶ୍ରମିକ ହାତବାନ୍ଧି ବସିଥିବା ବେଳେ ଏଠାରେ ମେସିନ ଦ୍ୱାରା କାର୍ଯ୍ୟ କରାଯାଇ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ କରାଯାଇଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକ ନୂଆବଗ ପଂଚାୟତରେ, ଉକ୍ତ ପଞ୍ଚାୟତରେ ସବୁ ସରକାରୀ ନୀତି ନିୟମ କୁ ଡଳିଚକଟି ଦିଆଯାଇ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଥିବା ଦେଖିବାକୁ ମିଳିଛି ।

ପଞ୍ଚାୟତରେ ଥିବା ଓସ୍ତପାଳ ଗ୍ରାମର ଗଣ୍ଠିବନ୍ଧ ମାଟି ଖୋଳା କାର୍ଯ୍ୟ ହେବାପାଇଁ ଲେବର ଡିମାଣ୍ଡ ହେବା ପୂର୍ବରୁ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳା ସରିଯାଇଥିବା ବେଳେ ଏବଂ ସେହି ମାଟିକୁ ଟିପର ସାହାଯ୍ୟରେ ନିକଟସ୍ଥ ଓସ୍ତପାଳ ସ୍କୁଲ ପଡିଆରେ ପକାଯାଇଥିଲା । କିଛି ମାଟି ପୋଖରୀ ହୁଡାରେ ପକାଯାଇଥିବା ବେଳେ ଅନ୍ୟ ମାଟି ପଡିଆରେ ପକାଯାଇଥିଲା ।

ଜେସିବି ସାହାଯ୍ୟରେ ମାଟି ଖୋଳିବା ନେଇ ପଞ୍ଚାୟତ ବାସୀ ଅଭିଯୋଗ କରିଥିଲେ, ଅଭିଯୋଗ କୁ ଭିତ୍ତି କରି ଗଣମାନ୍ଧ୍ୟ ରେ ଖବର ପ୍ରକାଶ ପାଇଥିଲା । ଦାୟିତ୍ୱ ରେ ଥିବା ବିଭାଗୀୟ ଯନ୍ତ୍ରୀ, ଗ୍ରାମରୋଜଗାର ସେବକ ଓ ପଞ୍ଚାୟତ ଅଧିକାରୀ ସେହି ପୋଖରୀ କାର୍ଯ୍ୟ ଲେବର ଡିମାଣ୍ଡ ପୂର୍ବରୁ ଖୋଳା ସାରିଥିବାରୁ ପୁନର୍ବାର ଲେବର ଡିମାଣ୍ଡ ଦିଆଯିବ ନାହିଁ ବୋଲି କହିଥିବା ବେଳେ କିଛି ଦିନ ପରେ ସେହିପୋଖରୀ ଖୋଲାଯାଉଛି ଦର୍ଶାଇ ୪ ଲକ୍ଷ୍ୟରୁ ଅଧିକ ଟଙ୍କାର ଲେବର ଡିମାଣ୍ଡ ହୋଇ ଟଙ୍କା ଉଠାଯାଇଥିବା ଜଣାପଡିଛି।

ଏ ସମ୍ପର୍କରେ ଲେବର ଡିମାଣ୍ଡ କରିଥିବା ଗ୍ରାମରୋଜଗାର ସେବକ ଆଶୁତୋଷ ମାଝୀ ଙ୍କୁ ପଚାରିବାରୁ ସେ କୁହନ୍ତି ,ମୁଁ ବିଭାଗୀୟ ଯନ୍ତ୍ରୀ ଙ୍କ ଚାପରେ ପଡି ଲେବର ଡିମାଣ୍ଡ କରିଛି।ପ୍ରକୃତରେ ସେହି ପୋଖରୀ ଖୋଳା କାର୍ଯ୍ୟରେ ଗୋଟିଏ ଦିନ ଶ୍ରମିକ ଲାଗିନଥିବା ବେଳେ ମୁଁ ମୋ ଉପରିସ୍ଥ ବିଭାଗୀୟ ଯନ୍ତ୍ରୀ ଙ୍କ ଚାପରେ ପଡି ଲେବର ଡିମାଣ୍ଡ କରିଦେଇଛି ।

ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସଦାନନ୍ଦ ମାଡ଼ିଳି ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ସେ ପୋଖରୀ ଖୋଳା ବିଷୟରେ ମୁଁ କିଛି କରିପାରିବି ନାହିଁ ।କିଛି ଦିନ ପୂର୍ବରୁ ସେହି ପୋଖରୀ ରୁ ମାଟି ଆଣି ପକାଯାଇଥିବା ନିକଟସ୍ଥ ସ୍କୁଲ ପଡିଆରେ ଏକ ସୂଚନା ଫଳକ ଯାହାକି ୫ ଲକ୍ଷ୍ୟ ଟଙ୍କାର କାର୍ଯ୍ୟ ହେବ ବୋଲି ଫଳକ ଲଗାଯାଇଛି ।

ସେହି ଖେଳ ପଡିଆ ସୂଚନା ଫଳକ ମାରିବା ବିଷୟରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଆଶୁତୋଷ ମାଝୀଙ୍କୁ ଯୋଗାଯୋଗ କରିବାରୁ, ସେ କୁହନ୍ତି ସେ କାର୍ଯ୍ୟ ଆରମ୍ଭ ହୋଇନି କି ରେକର୍ଡ ଖୋଲାଯାଇନି କିଏ ସୂଚନା ଫଳକ ମାରିଛି ମୁଜାଣିନାହିଁ ।

ପଞ୍ଚାୟତ ଅଧିକାରୀ ସାରଙ୍ଗ ଧର ଗୋଛା୍ୟତ ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ,ସେ କାର୍ଯ୍ୟ ର ରେକର୍ଡ ଖୋଲାଯାଇନାହିଁ କି ସେ କାର୍ଯ୍ୟ ହେବା ବିଷୟରେ ମୁ ଜାଣିନାହିଁ, ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରେ ସେ କାର୍ଯ୍ୟ ବିଷୟରେ ଜାଣିନହାନ୍ତି ବୋଲି ସଫେଇ ଦେଇଥିଲେ।

ଏଠାରେ ଓସ୍ତପାଳ ଗଣ୍ଠି ବନ୍ଧ ଖୋଳା କାର୍ଯ୍ୟ ଲେବର ଡିମାଣ୍ଡ ହେବା ପୂର୍ବରୁ ପୋଖରୀ ଖୋଳା ସାରିବା ବିଷୟ ଗଣମଧ୍ୟମରେ ପ୍ରକାଶ ପାଇବା ପରେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ, ଗ୍ରାମରୋଜଗାର ସେବକ, ପଞ୍ଚାୟତ ଅଧିକାରୀ କାର୍ଯ୍ୟ ହୋଇଥିବା ବିଷୟ ଜାଣିନାହାନ୍ତି ବୋଲି ସେହି ସମୟରେ କହିଥିବା ବେଳେ ପରବର୍ତୀ ମୁହୂର୍ତ୍ତରେ କିପରି ସେହି ପୋଖରୀ ର ବିଲ ପାସ କରିଲେ ତାହା ତଦନ୍ତ ସାପେକ୍ଷ ।

କିଛିଦିନ ପୂର୍ବରୁ ସାରାସିଂହ ଗ୍ରାମରେ ଜଙ୍ଗଲ କିସମ ଜାଗାରେ ୧୦ ଲକ୍ଷ୍ୟ ଟଙ୍କାର ଖଗ ତାଇଲା ଟ୍ରେଞ୍ଚ ଖୋଳା ଯାଇଥିବା ବିଷୟ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା ପଞ୍ଚାୟତ ବାସୀଙ୍କ ପକ୍ଷରୁ ବାରମ୍ବାର ଅଭଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ତଦନ୍ତ ନହୋଇ ପରବର୍ତୀ ମୁହୁର୍ତ୍ତରେ ତାହାକୁ ବିଲ କରାଯାଉଥିବା ଦେଖିବାକୁ ମିଳୁଛି । ଉକ୍ତ ପଂଚାୟତର ମନରେଗା କାର୍ଯ୍ୟ କୁ ଭିଜିଲାନସ ବିଭାଗ ଦ୍ୱାରା ତଦନ୍ତ କରାଯିବା ସହିତ ଅନିୟମିତତା କାର୍ଯ୍ୟରେ ଲିପ୍ତ ଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବି ହୋଇଛି ।

new life
You might also like
error: Content is protected !!