News
WhatsApp Image 2023-10-04 at 17.25.00
samparksetu

ମୃତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଙ୍କ ଢେଙ୍କାନାଳ ଗସ୍ତ

ମୃତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସଦର ବ୍ଳକ୍ କାକୁଡିଭାଗ ପଞ୍ଚାୟତ ପର୍ଶୁପାଳ ଗ୍ରାମକୁ ଯାଇ କ୍ଷେତ୍ର ପୋଖରୀ ପରିଦର୍ଶନ କରିଥିଲେ । ଗ୍ରାମର ହିତାଧିକାରୀ ଗୋକୁଳାନନ୍ଦ ନାୟକ, ପାତୁ ନାୟକ ବ୍ରହ୍ମାନନ୍ଦ ନାୟକ , କୂଳମଣି ନାୟକଙ୍କ ୪ଟି କ୍ଷେତ ପୋଖରୀ ବୁଲି ଦେଖିଥିଲେ ।

ପୋଖରୀ ହୁଡାରେ ଆଗ୍ରୋଫରେଷ୍ଟ୍ରି ମାଧ୍ୟମରେ ଅମୃତଭଣ୍ଡା , ଆମ୍ବ , ପିଜୁଳି , ଲେମ୍ବୁ , ସଜନା ଏବଂ ନଡ଼ିଆ ଆଦି ବିଭିନ୍ନ କିସମର ଫଳଗଛ ଲାହିଥିବା ଦେଖିଵା ସହ ପୋଖରୀ ଗୁଡ଼ିକରେ ମାଛଚାଷ କରାଯାଉଥିବା ସମ୍ପର୍କରେ ଅବଗତ ହୋଇଥିଲେ । ମନରେଗା ମାଧ୍ୟମରେ ହିତାଧିକାରୀମାନଙ୍କ ପାଇଁ ପୋଖରୀଗୁଡିକ ଖୋଲାଯାଇ ତାହାର ସୁବିନିଯୋଗ କରାଯାଇଥିବା ଦେଖି ନିର୍ଦ୍ଦେଶକ ସନ୍ତୋଷ ପ୍ରକଟ କରିଥିଲେ । କ୍ଷେତ ପୋଖରୀ ଗୁଡ଼ିକର ଏକାଭୁମୁଖ୍ୟତାକୁ ଆଗ୍ରାଧିକାର ଦେବା ସହିତ ସମସ୍ତ ବିଭାଗ ମଧ୍ୟରେ ଅମନ୍ଵୟ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିର୍ଦ୍ଦେଶକ କହିଥିଲେ ।

new life
You might also like
error: Content is protected !!