News
WhatsApp Image 2023-10-04 at 17.25.00
samparksetu

ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ

ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ନଡିଆଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଗେଡା ଗ୍ରାମରେ ଥିବା କୃଷକ ମାନଙ୍କୁ ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ।

ଗ୍ରାମରେ ଥିବା ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ଧାନ ଚାଷ ପରେ ମୁଗ ଚାଷ କରିବା ପାଇଁ ସରକାରଙ୍କ ବିହନ ପାଇଁ ଅପେକ୍ଷା କରିଛନ୍ତି । ମୁଗ ଚାଷ ପୂର୍ବରୁ ପଞ୍ଚାୟରେ ଥିବା ଗ୍ରାମ କୃଷି ଅଧିକାରୀ ଏକ ବୈଠକ କରି ସରକାରଙ୍କ ନୂଆ ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ହେକ୍ଟର ପ୍ରତି ଚାଷୀ ମାନଙ୍କୁ ଆଗୁଆ ୪ ହଜାର ୩ଶହ ଟଙ୍କା ଜମା କରିବାକୁ ପଡିବ ।

ବର୍ତ୍ତମାନ ଚାଷୀ ମାନେ ବାତ୍ୟା ଯୋଗୁ ପ୍ରଭୁତ କ୍ଷତି ସହିବା ସହିତ ବାତ୍ୟାରେ ନଷ୍ଟ ଧାନକୁ ସୁରକ୍ଷିତ ରଖିବା କଷ୍ଟ ହୋଇପଡୁଛି । ବାତ୍ୟା ଯୋଗୁ ଚାଷୀ ମାନେ କ୍ଷତି ସହିଥିବା ବେଳେ ଏକ କାଳୀନ ଏତେ ପରିମାଣର ଟଙ୍କା ଜମା କରିବା ସମ୍ଭବ ହେଉନାହିଁ ।ଏଣୁ କୃଷକ ମାନଙ୍କ ସ୍ୱାର୍ଥକୁ ଦେଖି ପୂର୍ବ ବର୍ଷ ପରି ବିହନ ଏବଂ ଅର୍ଥ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଏ ସଂକ୍ରାନ୍ତରେ ଚାଷୀ ମାନେ ଏକ ଦାବୀ ପତ୍ର କୃଷି ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!