News
WhatsApp Image 2023-10-04 at 17.25.00
samparksetu

ପୌରପାଳିକାର ମନୋମୁଖୀ କାର୍ଯ୍ୟ ,ଦଳିତଙ୍କ ଘର ନିକଟରେ ଶବଦାହ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ୱାର୍ଡ ବନମାଳିପ୍ରସାଦ ଠାରେ ବାସଘର ନିକଟରେ ଶବଦାହ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି । ପୌରପାଳିକା ମନୋମୁଖୀ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୌରସଂସ୍ଥା ଅନ୍ତର୍ଗତ ବନମାଳୀପ୍ରାସଦ ୯ ନମ୍ବର ୱାର୍ଡର ବାସିନ୍ଦା ଚିତ୍ରସେନ ନାଏକଙ୍କ ଅଭିଯୋଗ ଅନୁସାରେ ପୌରସଂସ୍ଥା ପକ୍ଷରୁ ତାଙ୍କ ବାସଘର ନିକଟରେ ଏକ ଶବଦାହ ଗୃହ ନିର୍ମାଣ କରାଯାଉଛି ।

ବାସଘର ନିକଟରେ ଏହା ନିର୍ମାଣ ନକରି ସରକାରୀ ଜମିରେ ଦୂରରେ ଏହା କରିବାକୁ ଅନୁରୋଧ କଲେ ମଧ୍ୟ ଦଳିତ ପରିବାର ବୋଲି ବିଭାଗୀୟ ଅଧିକାରୀ ଏହାକୁ କର୍ଣ୍ଣପାତ କରୁନାହାଁନ୍ତି । ମନଇଛା ଶବଦାହ ଗୃହ ନିର୍ମାଣ କରିବାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଅଭିଯୋଗ କରିଛନ୍ତି ।ଏଣୁ ଏହାର ତଦନ୍ତ ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ଚିତ୍ରସେନ ଜିଲ୍ଳାପାଳଙ୍କ ନିକଟରେ ଲି୍‌ଖିତ ଭାବରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!