କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗାଁର ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଗାଁର ଥିବା ପାଣିଚାପୋଲ ସାହିର କୋଠଘର ନିକଟରେ ନବଶିଶୁଟି ପଡ଼ିଥିଲା।
ମାଧବ ବିଶ୍ବାଳ ନାମକ ବ୍ୟକ୍ତି ହଳଦୀ ଆଣିବା ପାଇଁ ଯାଇଥିବା ସମୟରେ ମୃତ ନବଜାତ ଶିଶୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ନବଜାତ ଶିଶୁଟି କାହାର ଓ କାହିଁକି ଏପରି ଫୋପାଡି ଦେଇଛନ୍ତି କୌଣସି ସୂଚନା ମିଳିନାହିଁ। ନବଜାତଟି ପୁତ୍ର ବା କନ୍ୟା ବୋଲି ଜଣା ପଡି ନଥିବା ବେଳେ ଏପରି ଭାବରେ ଖୋଲା ସ୍ଥାନରେ ଫୋପାଡିବା ଅସାମାଜିକ କାର୍ଯ୍ଯ ବୋଲି ସାଧାରଣରେ ଆଲୋଚନା ହେଉଛି। ଘଟଣାସ୍ଥଳରେ କୌଣସି ସରକାରୀ ଅଧିକାରୀ ବା ପୋଲିସ ପହଁଞ୍ଚି ନଥିବା ଖବର ରହିଛି।