ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ସର୍ବାଧିକ ୧ ହଜାର ୬୧୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବ୍ଲକରୁ ଜଣେ ଜିଲ୍ଲାପରିଷଦ,୨୪ଜଣ ସମିତି ସଭ୍ୟ,୩୬
ଜଣ ସରପ ଏବଂ ୧୬୦ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୨୨୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହପରି ଓଡାପଡା ବକ୍ଲ ରୁ ୩୦ଜଣ ସମିତି ସଭ୍ୟ,୨୨ ଜଣ ସରପଞ୍ଚ ଏବଂ ୧୪୩ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୯୫ଜଣ ,ଗଁଦିଆ ବ୍ଲକରୁ ଜଣେ ଜିଲ୍ଲା ପରିଷଦ ୩୮ଜଣ ସମିତି
ସଭ୍ୟ,୩୧ ଜଣ ସରପଞ୍ଚ ଏବଂ ୧୫୯ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୨୯ ଜଣ ,ହିନ୍ଦୋଳ ବ୍ଲକରୁ ଜଣେ ଜିଲ୍ଲା ପରିଷଦ ୫୦ଜଣ ସମିତି ସଭ୍ୟ,୪୩ଜଣ ସରପଞ୍ଚ ଏବଂ ୧୬୯ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୬୩ ଜଣ ,କାମାକ୍ଷାନଗର ବ୍ଲକରୁ ୩ଜଣ ଜିଲ୍ଲା ପରିଷଦ ଜଣ ୨୦ ସମିତି ସଭ୍ୟ,୨୦ ଜଣ ସରପଞ୍ଚ ଏବଂ ୧୨୮ଜଣ ୱାର୍ଡ ମେମ୍ବରବଏଭଳି ମୋଟ ୧୭୧ ଜଣ ।
ଭୁବନ ବ୍ଲକରୁ ୧୭ ଜଣ ସମିତି ସଭ୍ୟ,୧୯ଜଣ ସରପ ଏବଂ୧୨୩ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୫୯ ଜଣ ,ପରଜଙ୍ଗ ବ୍ଲକରୁ ୬ ଜଣ ଜିଲ୍ଲାପରିଷଦ,୩୦ଜଣ ସମିତି ସଭ୍ୟ,୨୪ଜଣ ସରପଞ୍ଚ ଏବଂ୧୫୦ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୨୧୦ ଜଣ ,କଙ୍କଡାହାଡ ବ୍ଲକରୁ ୬ଜଣ ଜିଲ୍ଲା ପରିଷଦ ୨୭ ଜଣ ସମିତି ସଭ୍ୟ ୨୯ ଜଣ ସରପଞ୍ଚ ଏବଂ ୧୦୧ ଜଣ ୱାର୍ଡ ମେମ୍ବର ଏଭଳି ମୋଟ ୧୬୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ମୋଟ ୧ ହଜାର ୧୫୩ ଜଣ ୱାର୍ଡମେମ୍ବର,୨୨୪ ଜଣ ସରପଞ୍ଚ ,୨୩୬୯ ଜଣ ସମିତି ସଭ୍ୟ ଏବଂ ୧୮ ଜଣ ଜିଲ୍ଳାପରିଷଦ ସଭ୍ୟ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।