News
WhatsApp Image 2023-10-04 at 17.25.00
samparksetu

ହରିଜନ ବସ୍ତିରେ ପାନୀୟ ଜଳ ସଙ୍କଟ ,ରାସ୍ତାରୋକ କଲେ ବସ୍ତିବାସିନ୍ଦା

Dhe

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବିଭିନ୍ନ ଗ୍ରାମରେ ପାନୀୟଜଳ ଅଭାବରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲିଛି । ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଓଡପଡା ବକ୍ଲ ବଳରାମ ପ୍ରସାଦ ପଞ୍ଚାୟତ ଅଧୀନ ନାଣ୍ଡିପୁଲିଆ ହରିଜନ ବସ୍ତିରେ ପାନୀୟଜଳ ଅଭାବରୁ ଲୋକମାନେ ନାହିଁନଥିବା ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଛନ୍ତି

ଏ ସମ୍ପର୍କରେ ଓଡାପଡା ବିଡିଓ ଓ ପାନୀୟଜଳ ବିଭଗୀୟ ଅଧିକାରୀ ଙ୍କ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ରୁ ବସ୍ଥିର ମହିଳାମାନେ ଗୁଡିଆକାଟେଣୀ ହିନ୍ଦୋଳ ରାସ୍ତା ଅବରୋଧ କରିବା ସହତ ତୁରନ୍ତ ପାନୀୟଜଳ ଯୋଗାଇ ଦେବାକୁ ଦାବି କରିଥିଲେ ।ଏହି ଖବର ପାଇ ଓଡାପଡ ବ୍ଲକ ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ବୁଝାସୁଝା କରିବା ସହିତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିଥିଲେ ,ଫଳରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!