ଢେଙ୍କାନାଳ ଜିଲ୍ଲା ଇପିଏଫ ପେନସନ ଭୋଗୀଙ୍କର ୩ୟ ସାଧାରଣ ବୈଠକ ସ୍ଥାନୀୟ ଯାଉଁଳିପୋଖରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ବିଭିନ୍ନ କଳକାରଖାନା ଏବଂ ଅନୁଷ୍ଠାନରୁ ପେନସନ ଭୋଗୀମାନେ ଯୋଗଦେଇଥିଲେ ।
ଏହି ବୈଠକରେ ସର୍ବଭାରତୀୟ ସମନ୍ୱୟ କମିଟିର ଉପସଭାପତି ତଥା ରାଜ୍ୟ ଶାଖାର ସାଧାରଣସମ୍ପାଦକ ଭାଗ୍ୟଧର ବ୍ରହ୍ମ,କଟକ ଜିଲ୍ଲା ଶାଖାର ସଭାପତି ରାଜ କିଶୋର ସ୍ୱାଇଁ,ଜଗତସିଂହପୁର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ରମହାନ୍ତି,ରାଜ୍ୟସଂଯୋଜକ ବିକ୍ରମ ଛୋଟରାୟ ଯୋଦଦେଇ କେନ୍ଦ୍ରସରକାରଙ୍କର ଇପିଏଫ ପେନସନ ଭୋଗୀ ମାନଙ୍କ ପ୍ରତି ହେଉଥିବା ଅବହେଳା ଏବଂ ଅବିଚାର ବିଷୟରେ ଆଲୋକପାତ କରିଥିଲେ ।
ଆସନ୍ତା ଦୁଇବର୍ଷ ପାଇଁ ଜିଲ୍ଲା ଶାଖର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ଶେଷରେ ଉମାଶଙ୍କର ଦାସ ଧନ୍ୟବାଦ ଦେଇଥିଲେ ।ଆଗାମୀ ବର୍ଷ ପାଇ ସଭାପତି ଭାବରେ ଜ୍ୟୋତିରଞ୍ଜନ ମହାପାତ୍ର,ଉପସଭାପତି ହୃଦାନନ୍ଦ ପ୍ରଧାନଓ ଶରତ କୁମାର ରଥ,ସମ୍ପାଦକ ସଦାଶିବ ମିଶ୍ର,ଯୁଗ୍ମ ସମ୍ପାଦକ ଉମାଶଙ୍କର ଦାସ,ଗୋଲଖ ବରାଳ,କୋଷାଧ୍ୟକ୍ଷ ନେତ୍ରାନନ୍ଦ
ସାହୁ,ଉପଦେଷ୍ଠା ଭାବରେ ବିରଞ୍ଚୀ ନାରାୟଣ ମିଶ୍ର,ଗୋପିନାଥ ଜେନା,ପଠାଣୀ ଚରଣ ପୃଷ୍ଟି,ପ୍ରଫୁଲ୍ଲ କୁମାର ପରିଡା,ରମେଶ
ଚନ୍ଦ୍ର ସାମଲ,ଧୃବ ଚରଣ ନାୟକ,ନିରୋଦ କୁମାର ପଟ୍ଟନାୟକ,ବାଇଧର ଚନ୍ଦ୍ରଙ୍କୁ ମନୋନିତ କରାଯାଇଛି ।