News
WhatsApp Image 2023-10-04 at 17.25.00
samparksetu

ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ ଙ୍କୁ ପରିବେଶ ସଂରକ୍ଷଣ କ୍ଷେତ୍ର ରେ ସମ୍ମାନ ଜନକ ଡକ୍ଟରେଟ୍

ମୃତ୍ତିକା ଓ ଜଳ ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ତଥା ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ନିମିତ୍ତ ରାଜ୍ୟ ଜଳ ବିଭାଜିକା ମିଶନ ର ପ୍ରାକ୍ତନ ପ୍ରକଳ୍ପ ନିର୍ଦ୍ଦେଶକ, ୱାଲଡେନଉଡ୍ସ ଇକୋ ଭିଲେଜ ର ମୁଖ୍ୟ ଉପଦେଷ୍ଟା ତଥା କାଇଣ୍ଡ ଇଣ୍ଡିଆ ର  ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ଆଇଚ ଙ୍କୁ ହାଇଟି ଦେଶ ସ୍ଥିତ ଥିଓଫାନି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମର୍ଯ୍ୟାଦା ପୂର୍ଣ୍ଣ ଡକ୍ଟରେଟ୍ ଏବଂ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଦିଲ୍ଲୀରେ ଆୟୋଜିତ  କନଭୋକେସନ ରେ ତାଙ୍କୁ ଏହି ପଦକ ପ୍ରଦାନ କରାଯାଇଛି ।

ଶ୍ରୀ ଆଇଚ ଙ୍କର କାର୍ଯ୍ୟକାଳ ରେ ବହୁ ଆନ୍ତର୍ଜାତିକ ପ୍ରକଳ୍ପ ରେ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରାଇଥିବାରୁ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ସଏଲ କଞ୍ଜରଭେସନ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ ।

ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ବିଜ୍ଞାନ ଓ ପରିବେଶ ବିକାଶ ସମିତିର ସଭାପତି ଭାବେ ପରିବେଶ ସଚେତନତା କାର୍ଯ୍ୟ କରି ଆସୁଛନ୍ତି । କେବଳ ଏତିକି ନୁହେଁ ଶ୍ରୀ ଆଇଚ ଶିକ୍ଷା, କଳା ଓ ସଂସ୍କୃତି ର ବିକାଶ କ୍ଷେତ୍ରରେ ବହୁ ଅନୁଷ୍ଠାନ ର ପ୍ରତିଷ୍ଠା ମଧ୍ୟ କରିଛନ୍ତି । ସଂପ୍ରତି ସିଏ ବାଜିରାଉତ ସ୍ମୃତି ପରିଷଦ ଓଡିଶା ଏବଂ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଫାଉଣ୍ଡେସନ ର ସଭାପତି ରହିଥିବା ବେଳେ ଢେଙ୍କାନାଳ ସାଂସ୍କୃତିକ ବିକାଶ ପରିଷଦ ର ଉପଦେଷ୍ଟା ଭାବେ କାର୍ଯ୍ୟରତ ଅଛନ୍ତି ।

new life
You might also like
error: Content is protected !!