News
WhatsApp Image 2023-10-04 at 17.25.00
samparksetu

ଅନଗୁଳ-ସୁକିନ୍ଦା ରେଳ ପ୍ରକଳ୍ପକୁ ଏନଜିଟିର ଛାଟ ; ୨ ମାସ ଭିତରେ ୨୦ କୋଟି ଜୋରିମାନା ଜମା କରିବାକୁ ନିର୍ଦ୍ଦେଶ

ଅନଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ କରୁଥିବା ଏମ୍/ଏସ ଉଡ୍ ହୀଲ୍ଲ ନାମକ ଠିକା ସଂସ୍ଥା କୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଅନ୍ତରିଣ କୋଡିଏ କୋଟି ଟଙ୍କା ଜୋରିମାନା ଦୁଇ ମାସ ଭିତରେ ଜମା କରିବାକୁ ନିର୍ଦ୍ଦେଶ ।

ସୂଚନା ମୁତାବକ , ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କାମାକ୍ଷାନଗର ତହସିଲ ଅନ୍ତର୍ଗତ ବଡଝରା, ମୁକ୍ତାପଶି, ସିଆରିମାଳିଆ, ବାଉଁଶପାଳ,ନୂଆପାଣି ମୈଜାରୁ ନୂତନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିଲା ବେଳେ ପ୍ରକଳ୍ପ ଟିକୁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପାଖାପାଖି ୯୦ ଏକର ଉକ୍ତ ମୈଜା ଗୁଡ଼ିକ ର ସରକାରୀ ଓ ବେସରକାରୀ ଜମି ଯଥା ଜଙ୍ଗଲ-୨ କିସମ, ଜଳାଶୟ, ଗୋଚର ରୁ ପାଖାପାଖି ୨୦ ଲକ୍ଷ ଘନ ମିଟର ମାଟି ଓ ମୋରମ ବେଆଇନ ଭାବେ ଉତ୍ତୋଳନ କରିଥିବାକୁ ନେଇ ୨୦୧୭ ମସିହାରେ ସାମାଜିକ କର୍ମୀ ଶଶିଭୂଷଣ ପଟ୍ଟନାୟକ, ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଙ୍କ ମାଧ୍ୟମରେ ଏକ ମାମଲା ଏନଜିଟ ଙ୍କ ପାଖରେ ଦାଖଲ ହୋଇଥିଲା ।

ମାମଲାରୁ ଜଣାଯାଏ ଯେ ମାଟି ଓ ମୋରମ ଖନନ ହୋଇଥିବା ସ୍ଥାନ ଗୁଡିକୁ ସରକାର ଲିଜ୍ ଦେଇନାହାନ୍ତି କି କୈାଣସି ପରିବେଶ ମଞ୍ଜୁରୀ,ମାଇନିଂ ପ୍ଲାନ୍ , ଜଙ୍ଗଲ ସଂରକ୍ଷଣ ଆଇନ୍ -୧୯୮୦ କେନ୍ଦ୍ର ସରକାର ଙ୍କ ଅନୁମତି ନନେଇ ଜଙ୍ଗଲ ଜମିରୁ ଖୋଳା ଯାଇଥିବା ନେଇ ଏନଜିଟି ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଙ୍କ ତତ୍ୱବଧାନରେ ହୋଇଥିବା କମିଟି ଉପଯୁକ୍ତ କ୍ଷୟକ୍ଷତିର ଆକଳନ ନକରି ମାତ୍ର ୪୬ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଆକଳନ କୁ ନେଇ ଏନଜିଟି କ୍ଷୁବ୍ଧ ହୋଇଥିଲେ ।

ଢେଙ୍କାନାଳ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଙ୍କ ମିଥ୍ୟା ସତ୍ୟପାଠ କୁ ନେଇ ମଧ୍ୟ ଏନଜିଟି କ୍ଷୁବ୍ଧ ହେବା ପରେ ପୁନର୍ବାର ସରୋଜ କୁମାର ସେଠୀ, ଢେଙ୍କାନାଳ ଜିଲ୍ଲାପାଳ ୧୧/୦୧/୨୦୨୨ ରିଖରେ ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ୧୮ ଲକ୍ଷ ଘନ ମିଟର ରୁ ଉର୍ଦ୍ଧ୍ବ ମାଟି ଓ ମରମ ଉତ୍ତୋଳନ କରିଥିବା ନେଇ ଏନଜିଟି ଙ୍କୁ ଜଣାଇଥିଲେ ।

ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ୦୭/୦୩/୨୦୨୨ ରିଖ ଶୁଣାଣି କରି ମାନ୍ୟବର ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ ଅମିତ୍ ସ୍ଥାଲେକାର, ବିଶେଷଜ୍ଞ ଶୈବାଳ ଦାସଗୁପ୍ତା, ପ୍ରଫେସର ଏ. ସେନଥିଲ ଭେଲ ପାଞ୍ଚ ଜଣିଆ ଖଣ୍ଡପୀଠଶୁଣାଇଛନ୍ତି ଯେ ବର୍ତ୍ତମାନ ଆକଳନ ହୋଇଥିବା ୨୦ କୋଟି କେବଳ ମାଟି ଓ ମରମ ର ଆନୁମାନିକ ମୂଲ୍ୟ ଅଟେ।

ପରିବେଶୀୟ କ୍ଷୟକ୍ଷତି ସମ୍ପୂର୍ଣ୍ଣ ଭାବରେ ଆକଳନ କରିବା ନିମନ୍ତେ କେନ୍ଦ୍ରୀୟ ପରିବେଶ ନିୟନ୍ତ୍ରଣ ବୋର୍ଡ ଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରିଛନ୍ତି ଯେଉଁ କିମିଟିରେ ରାଜ୍ୟ ପରିବେଶ ସଂଘାତ ନିର୍ଦ୍ଧାରଣ ପ୍ରାଧିକାରୀ(ସିଆ), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଢେଙ୍କାନାଳ ଜିଲ୍ଲାପାଳ ସଦସ୍ୟ ରହିଛନ୍ତି ଓ ଆସନ୍ତା ଅଗଷ୍ଟ ୧୬ ସୁଦ୍ଧା ରିପୋର୍ଟ ଦାଖଲ ନିମନ୍ତେ ଦର୍ଶାଇଛନ୍ତି ।

କୋର୍ଟ ରେ ୩୧ ଜୁଲାଇ ୨୦୨୨ ରିଖ ସୁଦ୍ଧା ସମସ୍ତ ସ୍ଥିତିକୁ ରିପୋର୍ଟ ରେ ସମ୍ମିଳିତ କରି ଦାଖଲ କରିବେ ଏବଂ ରିପୋର୍ଟ ଦାଖଲ କରିଲା ବେଳେ ପରିବେଶ ଭୋରଣା ପାଇଁ କି ପ୍ରକାର କାର୍ଯ୍ୟକ୍ରମ ନିଆଯାଇ ପାରିବ ,ଜିଲ୍ଲା ପରିବେଶ ପ୍ଲାନରେ କି ପ୍ରକାର କାର୍ଯ୍ୟ କରାଯାଇ ପାରିବ ତାହାର ସବିଶେଷ ବିବରଣୀ ଦେବେ ଓ ଏବଂ ପରିବେଶ କ୍ଷତିପୂରଣ ଆକଳନ ପୂର୍ବରୁ ଠିକା ସଂସ୍ଥା କୁ ତାଙ୍କ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

ରେଳ ବିକାଶ ନିଗମ ସତ୍ୟପାଠ ରେ ଦର୍ଶାଇଛନ୍ତି ଯେ ପାଖାପାଖି ୨୯ ଲକ୍ଷ ଘନ ମିଟର ର ମାଟି ଓ ମରମ ଆବଶ୍ୟକ ରହିଛି ୫୩ କୋଟି ଟଙ୍କା ର ଆକଳନ କରାଯାଇଛି । ୨୦ ଲକ୍ଷ ଘନ ମିଟର ମାଟି ଓ ମରମ ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ୧୮.୩ ଲକ୍ଷ ଘନ ମିଟର ମାଟି ଓ ମରମ ଦୁଇଟି ତହସିଲ ରୁ ଖନନ କରି ରେଳ ପ୍ରକଳ୍ପ ରେ ବ୍ୟବହାର ହୋଇଥିବା ନେଇ କମିଟି ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଥିବା ବେଳେ , ଉକ୍ତ ଠିକା ସଂସ୍ଥା ୫୩ କୋଟି ଟଙ୍କା ବିଲ୍ ମଧ୍ୟ ଦାଖଲ କରିଥିବା ନେଇ ଆବେଦନକାରୀ ଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ସୂଚନା ଦେଇଛନ୍ତି ।

new life
You might also like
error: Content is protected !!