ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ଲାଣ୍ଟ ବିରୋଧରେ ଜାତୀୟ ସବୁଜ ପ୍ରାଧିକରଣ ( ଏନଜିଟି ) ନିକଟରେ ତା-୨୯-୦୩-୨୦୨୨ରିଖରେ ଦ୍ବାରସ୍ଥ ହୋଇଥିଲେ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚସୀମାନ୍ତ ଜେନା ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ।
ସୂଚନା ଯୋଗ୍ୟ କି ଉକ୍ତ କାରଖାନାକୁ ପୂର୍ବରୁ ରାଣା ସ୍ପଞ୍ଜ ନାମକ ଏକ ଘରୋଇ ସଂସ୍ଥା ଚଳାଇ ଆସୁଥିଲା । ପୂର୍ବରୁ ଚଳାଇ ଆସୁଥିଲା କିନ୍ତୁ ୨୦୧୨ ମସିହା ସୁରକ୍ଷା ପ୍ରଦୂଷଣ ଅଧିକ ହେବା ହେତୁ କାରଖାନାଟି ବନ୍ଦ ହୋଇଥିଲା ପରବର୍ତ୍ତୀ ସମୟରେ ମାର୍ଚ୍ଚ ୨୦୨୦ ଠାରୁ ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ପରିଚାଳନା କରି ଆସୁଅଛି କାରଖାନାର ନିର୍ଗତ ଧୂଆଁ ରେ ଅଣ ବିଶ୍ବାସୀ ହୋଇପଡୁଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରୁନାହିଁ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅନୁମତିରେ ସର୍ତ୍ତ ଗୁଡ଼ିକୁ ଖୋଲମ୍ ଖୋଲା ଉଲଗ୍ନ କରୁଛି ଉକ୍ତ କାରଖାନା ।
ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ଆବେଦନକାରୀ ମାନେ ଦର୍ଶାଇଛନ୍ତି ଯେ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ କାରଖାନା ପାଖାପାଖି ୯ ଏକର ଜଙ୍ଗଲ ଜମି ଦଖଲ କରି ରଖିଛି, କାରଖାନାରୁ ନିର୍ଗତ ବାୟୁ ପ୍ରଦୂଷଣ ଯୋଗୁଁ ଅଞ୍ଚଳ ବାସୀ ଅସ୍ତବ୍ୟସ୍ତ ହୋଇପଡିନ୍ତି । ଏହା ବ୍ୟତୀତ ମାର୍ଚ୍ଚ ୨୦୨୦ ମସିହା ଠାରୁ ଜିଏମ୍ କମ୍ପାନୀ ରାଣ ସ୍ପଞ୍ଜ ଠାରୁ କିଣି ପରିଚାଳନା କରୁଛନ୍ତି ଏବଂ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ଅନୁମତି ସର୍ତ୍ତ ଗୁଡ଼ିକ ଉଲଂଘନ କରୁଥିବା ନେଇ ଅଭିଯୋଗ କରାଯାଇଛି । ଏହା ମଧ୍ୟ ଦର୍ଶାଯାଇଛି କି ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଏମ୍ ଆଇରନ କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଉକ୍ତ କମ୍ପାନୀ ଚାଲୁରଖିଛି , ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।
ଏନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଆବେଦନକାରୀ ଙ୍କ ଅଭିଯୋଗକୁ ଭିତ୍ତି କରି ମାନ୍ୟବର ବିଚାରପତି ଜଷ୍ଟିସ ବି.ଅମିତ ସ୍ଥାଲେକର, ଜଷ୍ଟିସ ସାଇବାଳ ଦାସଗୁପ୍ତା ଶୁଣାଣି କରି ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ଯେଉଁ କମିଟି ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଢେଙ୍କାନାଳ ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଢେଙ୍କାନାଳ ବନପାଳ ଉକ୍ତ କମିଟି କାରଖାନାକୁ ଅନୁଧ୍ୟାନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ । ଆବେଦନକାରୀ ଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି ।