News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣା ପରେ ୫୫ନଂ ଜାତୀୟ ରାଜପଥ ଅବରୋଧ

ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ହେବା ପ୍ରତିବାଦରେ ଆଜି ୫୫ନଂ ଜାତୀୟ ରାଜପଥ ଅବରୋଧ କଲେ ଢେଙ୍କାନାଳ ବାସୀ । ଢେଙ୍କାନାଳ ସହର କାଠଗଡା ଠାରେ ଦୀର୍ଘ ଦେଢଘଣ୍ଟା ଅବରୋଧ ପରେ ରାସ୍ତାରୋକ ହଟିଛି ।

ଆଜି ସକାଳ ପ୍ରାୟ ୭ଟା ବେଳେ କାଠଗଡା ସାହିର ବୁଲୁ ରାଉତ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ରାସ୍ତା ଖାଲଖମା ହୋଇପଡିବା ଦୀର୍ଘ ୫ ବର୍ଷ ହେଲା ରାଜପଥ କାମ ନସରିବା ପ୍ରତିବାଦରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଦୁର୍ଘଟଣା ସ୍ଥଳରେ ଶତାଧିକ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ରାସ୍ତା କାମ କେବେ ସରିବ ରାଜପଥ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ନଦେବା ଯାଏ ରାସ୍ତା ରୋକ ଚାଲିବ ବୋଲି ଅଡି ବସିଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ମଟର, ଟ୍ରକ, ଵସ, ସ୍କୁଲ ବସ ଅଟକି ରହିଥିଲା । ଏସପି ଜ୍ଞାନରଞ୍ଜନ ମହାପାତ୍ର ବହୁ ବୁଝାସୁଝା ପରେ ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!