News
WhatsApp Image 2023-10-04 at 17.25.00
samparksetu

ମହିଳାଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅର୍ନ୍ତଗତ ସୋଲଗାଡିଆ ଗାଁରେ ପ୍ରିୟଦର୍ଶିନୀ ସାହୁଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କୁ ଶାଶୂ ଘର ଲୋକେ ମାରି ଦେଇଥିବା ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ମା’ ଜ୍ୟୋତ୍ସ୍ନା ସାହୁ । ଜ୍ୟୋସ୍ନା ସାହୁ ଙ୍କ ଅଭିଯୋଗ କୁ ଭିତି କରି ତତନ୍ତ ଆରମ୍ଭ କରିଥିଲା ନିହଲପ୍ରସାଦ ପୁଲିସ୍। ପାରିପାର୍ଶିକ ପରିସ୍ଥିତି ଭିତ୍ତିକରି ମୃତକ ପ୍ରିୟଦର୍ଶିନୀ ସାହୁ ଙ୍କ ସ୍ୱାମୀ ମନୋଜ ସାହୁ ଙ୍କୁ ଥାନାରେ ଅଟକ ରଖିଛି ନିହଲପ୍ରସାଦ ପୁଲିସ।

ସୂଚନା ଅନୁଯାୟୀ ୪/୫/୨୦୨୧ ମସିହାରେ ବୈଦିକ ରୀତିରେ ବାରବାଟୀ ଗ୍ରାମର ଜ୍ୟୋତ୍ସ୍ନା ସାହୁ ଓ ତନୁଜ ସାହୁଙ୍କ ଝିଅ ପ୍ରିୟଦର୍ଶିନୀ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ସୋଲଗାଡିଆ ଗାଁର ଗୋପିନାଥ ସାହୁଙ୍କ ପୁଅ ମନୋଜ ସାହୁଙ୍କ ସହ ବିବାହ ହୋଇଥିଲା । କିନ୍ତୁ କିଛି ଦିନ ପରେ ପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇଥଲା , ଶେଷରେ ଗତ କାଲି ୩୦/୦୩/୨୦୨୪ରେ କୌଣସି ଏକ ଅଜଣା ଫୋନ୍ ପାଇ ଝିଅର ଶାଶୁ ଘରେ ପହଞ୍ଚି ଥିଲେ ଏବଂ
ଝିଅକୁ ମୃତ ଅବସ୍ଥାରେ ପାଇଥିଲେ । ଶାଶୁଘର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା କରିଥିବା ମୃତ ପ୍ରିୟଦର୍ଶନୀଙ୍କ ମାଙ୍କ ପକ୍ଷରୁ ନିହଲପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ କୁ ନେଇ ନିହଲପ୍ରସାଦ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଥିବା ବେଳେ ସବ ଜବତ କରିଥିଲା। ଆଜି ସକାଳୁ ଅନୁସନ୍ଧାନକାରୀ ଟିମ୍ ସହିତ ଥାନା ଅଧିକାରି କାଶୀନାଥ ହାଁସଦା, ସବ ଇନ୍ସପେକ୍ଟର ଏସ ଅନାମିକା, ସୋମନାଥ ଦାଶ ଏବଂ ଗଁନ୍ଦିଆ ଅତିରିକ୍ତ ତହସିଲଦାର ପ୍ରକାଶ ନାୟକ ଙ୍କ ଉପସ୍ଥିତି ରେ ସବ ବ୍ୟବଚ୍ଛେଦ ନିମନ୍ତେ ଢେ଼ଙ୍କାନାଳ ମେଡିକାଲ୍ କୁ ପଠାଯାଇଛି ।

ମନୋଜ ର ମାଆ ଙ୍କୁ ନଜର ବନ୍ଦୀ ରେ ରଖିଥିବା ବେଳେ ମନୋଜ ର ଦୁଇ ବର୍ଷ ର ପୁଅ କୁ ଧରି ତାର ବାପା କେଉଁଆଡେ ପଳାୟନ କରିଥିବା ପୋଲିସ ଖବର ପାଇଁ ତାଙ୍କୁ ଖୋଜି ଅଟକ ରଖିଥିବା ଜଣାପଡ଼ିଛି ।

new life
You might also like
error: Content is protected !!