News
WhatsApp Image 2023-10-04 at 17.25.00
samparksetu

ସନ୍ଦେହ ଘରରେ ଯୁବକଙ୍କ ମୃତ୍ୟୁ

ନିହଲପ୍ରସାଦ ଅଂଚଳରୁ ଏକ ଯୁବକଙ୍କ ମୃତ ଦେହ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି , ପୋଲିସ ର ସୂଚନା ଅନୁଯାୟୀ , ଲାଉଲଇ ଗ୍ରାମର ଏକଡାଳିଆ ସାହିର ପ୍ରକାଶ ମହାପାତ୍ର (୪୩ ) ଫେରି ବେପାର କରି ନିଜର ପରିବାର ଭରଣ ପୋଷଣ କରନ୍ତି । ଗତକାଲି ଅପରାହ୍ନ ସମୟରେ କିଛି ସାଙ୍ଗ ତାଙ୍କୁ ଘରୁ ଡାକି ନେଇଥିଲେ ହେଲେ ବିଳମ୍ବିତ ରାତ୍ରିରେ ଘରକୁ ନାଫେରିବାରୁ ପରିବାର ଲୋକ ତାଙ୍କ ସମ୍ପର୍କରେ ପଚରା ଉଚରା କରିବା ସହିତ ଆଖ ପାଖରେ ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇନଥିଲେ ।

ଆଜି ସଳଭୋର ସମୟରେ ବାଟଗଡା ପୋଲ ତଳେ ତାଙ୍କର ମୃତଦେହ ପଡିଥିବାର ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଁଚି ଥିଲେ ଓ ସ୍ଥାନୀୟ ନିହଲପ୍ରସାଦ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ନିହଲପ୍ରସାଦ ଥାନା ଅଧିକାରୀ କାଶୀନାଥ ହାଁସଦା ଓ ଗଁଦିଆ ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଘଟଣା ସ୍ଥଳରେ ପହଁଚି ଉକ୍ତ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଛନ୍ତି ।

ମୃତକର ପତ୍ନୀ ସ୍ୱାମୀଙ୍କ ହତ୍ୟା କରାଯାଇଛି ବୋଲି ପୋଲିସ ରେ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରୀ ରଖିବା ସହିତ ଦୁଇ ଜଣକୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି ।

new life
You might also like
error: Content is protected !!