News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଅଟକାଇ ଡ୍ରାଇଭରଙ୍କୁ ଲୁଟ ଘଟଣାରେ ୪ ଗିରଫ

ରାସ୍ତା ଉପରେ ଟ୍ରକକୁ ଅଟକାଇ ଚାଳକକୁ ମାଡ ମାରିଥିବା ଅଭିଯୋଗ ରେ ନିହଲପ୍ରସାଦ ପୋଲିସ ୪ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୁଚନା ଅନୁଯାୟୀ , ଚଳିତ ମାସ ୧ତାରିଖରେ ରାତ୍ରିରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଅଧିନ ଅଣକା ଗ୍ରାମର ବିଶ୍ଵଜିତ ନାୟକ ଅନଗୁଳ ଜିଲ୍ଲା କଣିହାଁ ଠାରୁ ଏକ ଟ୍ରକରେ ଯାଜପୁର ଯାଉଥିଲା ସମୟ ରେ ପିଙ୍ଗୁଆ କଲେଜ ଛକ ଠାରେ ଉକ୍ତ ଥାନା ଅନ୍ତର୍ଗତ ଭାଲିଆପାଟ ଗ୍ରାମର ଆଶିଷ କୁମାର ପ୍ରଧାନ, କାଶୀପୁର ଗ୍ରାମର ହେମନ୍ତ ନାୟକ , ନବକାଶୀପୁର ଗ୍ରାମର ନୃସିଂହ ତରାଇ ଓ ବଳରାମ ବେହେରା ସେହିଠାରେ ଉକ୍ତ ଟ୍ରକକୁ ଅଟକାଇ ଡ୍ରାଇଭର କୁ ମାଡ଼ମାରି ତାଙ୍କ ପାଖରେ ଥିବା ୭ହଜାର ଟଙ୍କା ଛଡାଇ ନେବା ସହ ଟ୍ରକକୁ ବାଡାବୁଡି କରି ଆଗ ପଟ କାଚ ଭାଙ୍ଗି ଦେଇଥିଲେ।

ଉକ୍ତ ଘଟଣା ସମ୍ପର୍କରେ ଡ୍ରାଇଭର ସ୍ଥାନୀୟ ନିହଲପ୍ରସାଦ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ କେସ ନଂ୨୩୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବାକୁ ଯୋଜନା ଆରମ୍ଭ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।

new life
You might also like
error: Content is protected !!