News
WhatsApp Image 2023-10-04 at 17.25.00
samparksetu

ପାଉଁଶ ଗଦାକୁ ବିରୋଧ କରିବାରୁ ଗାଁ ରାସ୍ତାରେ ମାଟି ଗଦାଇଲେ ଦୁର୍ବୃତ୍ତ

ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଉପରପାଳ ଛକ ନିକଟରୁ ନିମିଧା ଗ୍ରାମକୁ ଯାଇଥିବା ରାସ୍ତାକୁ ମାଟି ଗଦାଇ ଦେଇଛନ୍ତି ଦୁର୍ବୃତ୍ତ ।ଯାହାଫଳରେ ନିମିଧା ଗାଁକୁ ଯାତାୟତ ଠପ ହୋଇଯାଇଛି ।

ଅଭିଯୋଗ ଅନୁଯାୟୀ , ଗାଁ ରାସ୍ତା ପାର୍ଶ୍ଵରେ କିଛି ମୁଷ୍ଟିମେୟ ଲୋକ କାରଖାନାର ବର୍ଜ୍ୟ ପାଉଁଶ ଆଣି ଗଦାଉଛନ୍ତି ।ପାଉଁଶ ଝଡ଼ରେ ପରିବେଶ ପ୍ରଦୂଷିତ ହେଉଛି । ବର୍ଷାରେ ପାଉଁଶ ଧୋଇହୋଇ ଚାଷ ଜମି ପ୍ରଦୂଷିତ କରୁଛି । ପାଉଁଶ ଗଦାକୁ ଗ୍ରାମବାସୀ ବିରୋଧ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଗ୍ରାମବାସୀ ମୁହଁ ବନ୍ଦ କରିବାକୁ ସେମାନେ ଗାଁକୁ ଯାଇଥିବା ରାସ୍ତା ଉପରେ ମାଟି ଗଦାଇ ଦେଇଛନ୍ତି ।ଗାଁର ମୁଖ୍ୟ ରାସ୍ତା ବନ୍ଦ ଥିବାରୁ ୧୦ କିମି ଦୂର ବୁଲି ବୁଲି ଯାତାୟତ କରୁଛନ୍ତି ଗ୍ରାମବାସୀ ।

new life
You might also like
error: Content is protected !!