News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ଇ.ପି.ଏଫ୍ ପେନସନ ସଂଘ ତରଫରୁ ପ୍ରଧାନ ମନ୍ତ୍ରୀଙ୍କୁ ଦାବିପାତ୍ର

ଇ.ପି.ଏଫ୍ ପେନସନ ଭୋଗି ରାଜ୍ୟ ସଂଘ ଆହ୍ବାନ କ୍ରମେ ଆଜି ଇ.ପି.ଏଫ୍ ଦିବସ କୁ ଦାବି ଦିବସ ରୂପେ ଢ଼େଙ୍କାନାଳ ଜିଲ୍ଲା ଶାଖା ପାଳନ କରିଛନ୍ତି । ୧୯୯୫ ମସିହା ନଭେମ୍ବର ୧୬ ତାରିଖ ଠାରୁ ଇ.ପି.ଏଫ୍ ପେନସନ ଭୋଗି ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଅତି ନଗନ୍ୟ ପେନସନ ମାସିକ ୩୦୦ ଟଙ୍କାରୁ ୩୦୦୬ ଟଙ୍କା ଦେଉଥିଲେ ମଧ୍ୟ ଅଧିକ ପେନସନ ଭୋଗି ମାସିକ ୧୦୦୦ ଟଙ୍କାରୁ କମ୍ ପେନସନ ପାଇ ଅତି ଦନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି।

ଏହି ସ୍ୱଳ୍ପ ପେନସନ ସହିତ ମହଙ୍ଗା ଭତ୍ତା ପେନସନ ବୃଦ୍ଧି କରାଯାଉ ନାହିଁ। ତେଣୁ ସର୍ବ ଭାରତୀୟ ସ୍ତରରେ ଇ.ପି.ଏଫ୍ ପେନସନ ଭୋଗି ମାନେ ଆଜି ର ଦିବସକୁ ପ୍ରତିବାଦ ଦିବସ ରୂପେ ପାଳନ କରିଛିନ୍ତି । ସର୍ବନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି କରାଯାଉ । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ କରାଯାଉ । ଦରଦାମ ବୃଦ୍ଧି ଭରଣା ଲାଗି ପେନସନ ସହିତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉ। ସମସ୍ତ ଇ.ପି.ଏଫ୍ ପେନସନ ଭୋଗି ପରିବାରଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରାଯାଇ ନିଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଲଳିତ ମୋହନ ବେହେରା ଙ୍କୁ ଦାବିପାତ୍ର ପ୍ରଦାନ କରିଥିଲେ ।

new life
You might also like
error: Content is protected !!