News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ

ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ୱାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସ୍ୱାଭିମାନୀ ଜାତିର ଦିବଂଗତ ପୂର୍ବସୂରୀ ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ୧ ମିନିଟ୍‌ ସ୍ମୃତି ଚାରଣ କରାଯାଇଥିଲା ।

ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ସମ୍ମିଳିତ “ବନ୍ଦେ ଉତ୍କଳ ଜନନୀ ” ସଂଗୀତ ଗାନ ପରେ ଜିଲ୍ଲା ଆବାହକ ରାଜ କିଶୋର ବେହେରା ସ୍ୱାଗତ ଭାଷଣ ଓ କ୍ଷତ୍ରୀୟ ଖଣ୍ଡାୟତ ମହାସଭାର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌, ପଂଚାୟତ ଓ ଗ୍ରାମରେ ମହାସଭାକୁ ବିସ୍ତାରିତ କରିବା ସହ ସତ୍ୟ,ଧର୍ମ, ନ୍ୟାୟ, ତ୍ୟାଗ ଓ ସେବାକୁ ଆଦର୍ଶ ଭାବେ ଗ୍ରହଣ କରି ଏକ ଆଦର୍ଶ ସମାଜ ଗଠନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ ।

ପୂର୍ବତନ ସି.ବି.ଆଇ. ବିଚାରପତି ଭିକାରୀ ଚରଣ ରାଉତ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ । ଉପଦେଷ୍ଟା ନବୀନ ଚନ୍ଦ୍ର ନାରାୟଣ ଦାସ ସଦସ୍ୟମାନଙ୍କୁ ଭାଇଚାରା ଓ ମୈତ୍ରୀଭାବ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସ୍ତରରେ ଏକ ପାଇକ ଏକାଡେମୀ ସ୍ଥାପନ କରାଯିବାର ନିଷ୍ପତିକୁ ସ୍ୱାଗତ କରାଯାଇଥିଲା ଓ ଭବିଷ୍ୟତରେ ଏହି ସମର କଳା କୌଶଳ ଶିକ୍ଷାଦାନ କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ମିଳିବା ଆଶାବ୍ୟକ୍ତ କରିଥିଲେ । ଏହି ଜିଲ୍ଲା ସମ୍ମିଳନୀରେ ବ୍ଲକ୍ ସ୍ତରୀୟ ଓ ପୌରାଂଚଳ ସ୍ତରୀୟ ଆବାହକ ମନୋନୟନ କରାଯାଇଥିଲା ।

ଢେଙ୍କାନାଳ ସଦର ବ୍ଲକ୍ ନିମନ୍ତେ ଦୁର୍ଗାମାଧବ ଜେନା ଓ ବାସନ୍ତୀ ସ୍ୱାଇଁ, ଢେଙ୍କାନାଳ ପୌରାଂଚଳ ନିମନ୍ତେ ପ୍ରଦୀପ କୁମାର ଧଳ, ହିନ୍ଦୋଳ ବ୍ଲକ୍ ନିମନ୍ତେ ରତିକାନ୍ତ ଗଡନାୟକ ଓ ଦୀପକ ଗଡନାୟକ, ଗଁଦିଆ ବ୍ଲକ୍‌ରୁ ମଳୟ କୁମାର ସିଂହ, ପଙ୍କଜ ନାୟକ, ଓଡାପଡା ବ୍ଲକ୍‌ରୁ ବିଶ୍ୱଜିତ୍‌ ଅର୍ଜେନ୍ଦୁ କୁମାର ଜେନା ଓ ବାହାଦୂର ପାଟ୍ଟସାହାଣୀ, ପର୍ଜଙ୍ଗ ବ୍ଲକ୍‌ରୁ ଭ୍ରମରବର ଦଳାଇ ଓ ନଗେନ ବିନାୟକ, କାମାକ୍ଷାନଗର ବ୍ଲକ୍‌ରୁ ଶ୍ରୀକାନ୍ତ କୁମାର ବରାଳ ଓ ନିଶାକର ଜେନା, ଭୂବନ ବ୍ଲକ୍‌ରୁ ଶତୃଘ୍ନ ଜେନା ଓ ଭାଗିରଥି ଜେନା, କଙ୍କଡାହାଡ ବ୍ଲକ୍‌ରୁ ବିମୁତବାହାନ ସିଂହ ଓ ଅଦ୍ୱୈତ ପ୍ରସାଦ ସ୍ୱାଇଁଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

ନଭେମ୍ବର ମାସ ଶେଷ ସୁଦ୍ଧା ଗ୍ରାମପଂଚାୟତ ସ୍ତରୀୟ ଆବାହକ ଓ କର୍ମକର୍ତା ମନୋନୟ ନିମନ୍ତେ ସ୍ଥିର କରାଗଲା । ଜିଲ୍ଲା ସ୍ତରୀୟ ସଂସାଧନ ଓ ସମ୍ବଳ କମିଟିରେ ପ୍ରେମାନନ୍ଦ ବିଶ୍ୱାଳ, ମାନସ ରଞ୍ଜନ ରାଉତ, ଅମ୍ବିକା ପ୍ରସାଦ ବରାଳ, ସ୍ମିତାରାଣୀ ସାମଲ, କୈଳାସ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ମହାନ୍ତି ଓ ଭିକାରୀ ଚରଣ ରାଉତ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଅନୁଗୁଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ସଭାପତି ସୁବୋଧ କୁମାର ସିଂହ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଅଭିବକ୍ତ ଢେଙ୍କାନାଳ ଜିଲ୍ଲାର ପାଇକମାନଙ୍କୁ ସଂଗଠିତ କରି ଏକ ରାଜ୍ୟସ୍ତରୀୟ ପାଇକ ସମ୍ମିଳନୀ ଢେଙ୍କାନାଳଠାରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରିୟବ୍ରତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!